ଏଇ ରବିବାର ସନ୍ଧ୍ୟା ୬:୩୦ ରେ ଦେଖନ୍ତୁ “ଜୀ ସାର୍ଥକ ସଂସାର ଆୱାର୍ଡ୍ସ – ଷଷ୍ଠ ବର୍ଷ “

ସଫଳତାର ଷଷ୍ଠ ବର୍ଷ ହେବ ଖୁବ୍ ସ୍ମରଣୀୟ ଓ ଧମାକେଦାର୍ । ଆମେ କହୁଛୁ ଜୀ ସାର୍ଥକ ସଂସାର ଆୱାର୍ଡ୍ସର ଷଷ୍ଠ ବାର୍ଷିକୋତ୍ସବ ସମ୍ପର୍କରେ । ଜୀ ସାର୍ଥକ- ଆପଣଙ୍କର, ଆମର ଆଉ ଆମ ସମସ୍ତଙ୍କର ଲୋକପ୍ରିୟ ମନୋରଞ୍ଜନଧର୍ମୀ ଚ୍ୟାନେଲ । ଯାହାର ମନଛୁଆଁ ଧାରାବାହିକ,ଫିଲ୍ମ ଓ ବିଭିନ୍ନ ରିଆଲିଟି ସୋ ଆପଣଙ୍କ ହୃଦୟରେ ଘର କରିଛି । ସେଇ ଗୁଣୀ ଓ ସୃଜନଶୀଳ କଳାକାରଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା 6.30 ମିନିଟ୍ ରେ ପ୍ରସାରିତ ହେବ ଜୀ ସାର୍ଥକ ସଂସାର ଆୱାର୍ଡ୍ସର ଷଷ୍ଠ ସଂସ୍କରଣ ।

ଉତ୍ସବମୁଖର ହେବ ମଞ୍ଚ ଆଉ ମନ୍ତ୍ରମୁଗ୍ଧ ହେବେ ଓଡ଼ିଆ ଦର୍ଶକ । ଓଡ଼ିଶାର ଅଗଣିତ ପ୍ରିୟ ଦର୍ଶକବନ୍ଧୁ ଗୋଟିଏ ମଞ୍ଚରେ ଦେଖିବାକୁ ପାଇବେ ସେମାନଙ୍କର ଅତି ପ୍ରିୟ ଟିଭି ଓ ସିନେ କଳାକାରଙ୍କ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ । ଏକଦମ୍ ତାରକାଖଚିତ ସଂଧ୍ୟା, ଯେଉଁଠି ଷ୍ଟେଜ୍ ସୋରେ ପରଫର୍ମ କରିବେ ସବ୍ୟସାଚୀ, ସୂର୍ୟମୟୀ, ଏଲିନା, ସାୟଲ୍, ଶୀତଲ୍, ଦେବସ୍ମିତା, ଜ୍ୟୋତି, ନିକିତା ମିଶ୍ର, ଶୈଳେନ୍ଦ୍ର, ଦୀପକ, ଅନନ୍ୟା ଦାସ, ଜସ୍ମିନ୍ ରଥ, ଦିବ୍ୟା ଓ ଆହୁରି ଅନେକ କଳାକାର । ଖାଲି ସେତିକି ନୁହେଁ ଜୀ ସାର୍ଥକ ସଂସାର ଆୱାର୍ଡ୍ସର ଷଷ୍ଠ ବାର୍ଷିକୋତ୍ସବର ଏହି ଧମାକେଦାର୍ ପ୍ରୋଗ୍ରାମରେ ଯୋଗ ଦେବେ ଓଡ଼ିଆ ସିନେମା ଓ ଟିଭି ଜଗତର ଅନେକ ନାମୀଦାମୀ ବରିଷ୍ଠ କଳାକର ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ । ଜୀ ସାର୍ଥକ ସଂସାର ଆୱାର୍ଡ୍ସ ଷଷ୍ଠ ବାର୍ଷିକୋତ୍ସବ ଏଇ ରବିବାର ସନ୍ଧ୍ୟା 6.30 ମିନିଟରେ ପ୍ରସାରଣ ହେବ ।

Comments are closed.