୮୨ ବିଧାୟକଙ୍କ ଇସ୍ତଫା,ରାଜସ୍ଥାନ ରାଜନୀତି ସରଗରମ
ଜୟପୁର:କିଏ ହେବ କଂଗ୍ରେସ ସଭାପତି ରାଜସ୍ଥାନ ରାଜନୀତିକୁ ନେଇ ବେଶ ସରଗରମ କାରଣ ରାହୁଲ ଗାନ୍ଧି ମନା କରିବା ପରେ ଦଳରେ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗୁଛି । ରାଜସ୍ଥାନ କଂଗ୍ରେସରେ ହଟଚମଟ। ପ୍ରାୟ ୮୨ ଜଣ କଂଗ୍ରେସ ବିଧାୟକ ଆଜି ଇସ୍ତଫା ଦେଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏଆଇସିସି ସଭାପତି ପାଇଁ ନାମାଙ୍କନ ଦାଖଲ ପୂର୍ବରୁ ଦଳୀୟ ପାଣିପାଗ ହଲଚଲ ହୋଇଛି। ଏହି ବିଧାୟକମାନେ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ଭେଟି ସେମାନଙ୍କ ଇସ୍ତଫାପତ୍ର ଦେଇଛନ୍ତି। ଫଳରେ ଦଳ ପାଇଁ ନୂଆ ସଙ୍କଟ ଉପୁଜିଛି। ଗେହଲଟଙ୍କ ସ୍ଥାନରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ କସରତ ଚାଲିଥିବା ବେଳେ ଦଳରେ ସୃଷ୍ଟି ହୋଇଥିବା ଫାଟ ଚରମ ସୀମାରେ ପହଞ୍ଚିଛି।
ଯଦି ଅଶୋକ କଂଗ୍ରେସ ସଭାପତି ହୁଅନ୍ତି ତେବେ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ପ୍ରମୁଖ ଦାବିଦାର ଥିବା ସଚିନ ପାଇଲଟଙ୍କୁ ଗେହଲଟ ଗୋଷ୍ଠୀ ସମର୍ଥନ କରୁନାହାନ୍ତି। ଗେହଲଟଙ୍କ ସମର୍ଥନରେ ଥିବା ପ୍ରାୟ ୮୨ ବିଧାୟକ ସଚିନ ପାଇଟଙ୍କ ମୁଖ୍ୟମନ୍ତ୍ରୀ ସପକ୍ଷରେ ନାହାନ୍ତି।
Comments are closed.