ଉଦ୍ଧବଙ୍କ ବଡ ବିଜୟ ଜାଣନ୍ତୁ କଣ

ମୁମ୍ବାଇ: ଶିବସେନାର ବିଦ୍ରୋହୀ ଗୋଷ୍ଠୀଙ୍କୁ ଲାଗିଛି ବଡ଼ ଝଟକା। ଶିବସେନାରୁ ଅଲଗା ହୋଇ ବିଜେପି ସହ ହାତ ମିଳାଇ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେଙ୍କୁ ଆଜି ବଡ଼ ଝଟକା ଲାଗିଛି। ସେ ଓ ତାଙ୍କ ସହ ଥିବା ବିଧାୟକମାନେ ନିଜକୁ ପ୍ରକୃତ ଶିବ ସୈନିକ ବୋଲି କହୁଥିଲେ ମଧ୍ୟ ଏଯାଏ ସେମାନଙ୍କୁ ମାନ୍ୟତା ମିଳିନି।

ଏସବୁ ଭିତରେ ଆଜି ଉଦ୍ଧବ ଠାକରେଙ୍କ ଶିବସେନାକୁ କୋର୍ଟରୁ ବଡ଼ ବିଜୟ ମିଳିଛି। ଆଜି ବିମ୍ବେ ହାଇକୋର୍ଟ ଉଦ୍ଧବ ଠାକରେଙ୍କ ଶିବସେନାକୁ ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ଅନୁମତି ଦେଇଛନ୍ତି। ସମାନ ଦାବି କରି ସିନ୍ଦେ ଗୋଷ୍ଠୀ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ କୋର୍ଟ ସିନ୍ଦେ ଗୋଷ୍ଠୀଙ୍କ ଆବେଦକୁ ଅଗ୍ରହ୍ୟ କରି ଦେଇଛନ୍ତି। ପ୍ରକୃତ ଶିବ ସୈନିକ କିଏ? ଏହି ବିବାଦର ସାମାଧନ ନ ହେବା ଯାଏ ସିନ୍ଦେ ଗୋଷ୍ଠୀର ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି।

ସିନ୍ଦେ ଗୋଷ୍ଠୀରେ ଥିବା ଦାଦର ବିଧାୟକ ସଦା ସର୍ବଙ୍କର କୋର୍ଟରେ ଯୁକ୍ତି କରିଥିଲେ ଯେ ଦଶହରା ରାଲି ପାଇଁ ଅନୁମତି ମାଗି ଆବେଦନକାରୀ(ଠାକରେଙ୍କ ଶିବସେନା) ଦଳ ଉପରେ ନିଜର ଏକତରଫା ଅଧିକାର ଜାହିର କରିବାକୁ ଚେଷ୍ଟା କରୁଛନ୍ତି। ଏଥିସହ ସର୍ବାଙ୍କର କହିଥିଲେ ଯେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶିବସେନାର ବାର୍ଷିକ ଦଶହରା ରାଲିର ଅନୁମତି ପାଇଁ ସେ ଅଗଷ୍ଟ ୩୦ରୁ ମୁମ୍ବାଇ ପୌର ପାଳିକା ନିକଟରେ ଆବେଦନ କରାଯାଇଛି।

Comments are closed.