ଏବେ ଚାଷୀଙ୍କୁ ମିଳିବ ୧ ପ୍ରତିଶତରେ ଋଣ
ଚାଷୀମାନେ ହେଉଛନ୍ତି ଦେଶର ଭବିଷ୍ୟତ । ତେଣୁ ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରରେ ‘ସମବାୟ ଆପଣଙ୍କ ଦ୍ୱାରରେ’ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥିରେ ଚାଷୀଙ୍କ ପାଇଁ ୧ ପ୍ରତିଶତ ସୁଧ ହାରରେ ୧୨,୭୦୦ କୋଟି ଟଙ୍କା ଋଣ ପ୍ରଦାନ କରାଯିବ ବୋଲି ଘୋଷଣା କରାଯିବା ବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ ୧ ହଜାର କୋଟି ଟଙ୍କା ମିଆଦି ଋଣ ମଧ୍ୟ ଯୋଗାଇ ଦିଆଯିବ । ଏନେଇ ପୂର୍ବରୁ ଚାଳିଆସୁଥିବା ୧୦ ପ୍ରତିଶତ ଜମା ବ୍ୟବସ୍ତାକୁ ଉଚ୍ଛେଦ କରାଯାଇଛି । ଗତକାଲି ସ୍ଥାନୀୟ ସହିଦ୍ ଭବନଠାରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଥିରେ ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟପାତ୍ର, ଆଠଗଡ ବିଧାୟକ ତଥା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ବିରେନ୍ଦ୍ର ପ୍ରତାପ ସ୍ବାଇଁ, ବାଙ୍କୀ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଗିରୀଶ ଚନ୍ଦ୍ର ଦାଶ, ଓଡିଶା ରାଜ୍ୟ ସମବାୟ ସଂଘ ସଭାପତି ହେମନ୍ତ ନାୟକ, ସମବାୟବିତ୍ ସରୋଜିନୀ ମିଶ୍ର, ଉପ ନିବନ୍ଧକ-ସମିତି ସମୂହ ସବୀର ପଣ୍ଡା, କୁଳମଣି ପାଢୀ ପ୍ରମୁଖ ଏଥିରେ ଯୋଗଦେଇଥିଲେ ।
Comments are closed.