କ୍ୟାନସରରେ ପୀଡିିତ ବଲିଉଡ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ

ବଲିଉଡର ଆଗଧାଡିର ଅଭିନେତ୍ରୀ ଭିତରେ ଚର୍ଚ୍ଚିତ ଥିବା ସୋନାଲ ବେନ୍ଦ୍ରେ ଏବେ କ୍ୟାନସର ପୀଡିତ । ବହୁ ପରିଚିତ ସିନେମା ଯଥା- ‘Hum Saath Saath Hain’, ‘Sarfarosh’, ‘Kal Ho Na Ho’ ଆଦିରେ ଅଭିନୟ କରି ଦର୍ଶକଙ୍କ ମନକୁ ବେଶ୍ ଛୁଇଁପାରିଥିଲେ ସେ । ଏହା ସହ ନିକଟରେ ହୋଇଥିବା ବହୁ ଚର୍ଚ୍ଚିତ ଟିଭି ଶୋର ‘ଇଣ୍ଡିଆ ବେଷ୍ଟ୍ ଡ୍ରାମେବାଜ’ର ଜର୍ଜ ହୋଇଥିଲେ ସୋନାଲୀ । ତେବେ ବୁଧବାର ଦିନ ଡାକ୍ତରୀ ଚିକିତ୍ସା ପରେ ସୋନାଲୀଙ୍କ କ୍ୟାନ୍ସର ହୋଇଥିବାର ଜଣାପଡିବାରୁ ବଲିଉଡ ଜଗତରେ ଦୁଃଖର ଛାୟା ଦେଖିବାକୁ ମିଳିଛି । ଖୁବ୍ ଶୀଘ୍ର ଡାକ୍ତରଙ୍କ ପରାମର୍ଶକ୍ରମେ ସୋନାଲୀ ଚିକିତ୍ସା ପାଇଁ ନିୟୁ ୟର୍କ ଯାଉଛନ୍ତି ।

Comments are closed.