CISFର ଅଭ୍ୟାସ ଫାଇରିଂରେ ବୃଦ୍ଧା ଆହତ
ଅନୁଗୋଳ ଶରଧା ପୁର ଗାଁରେ ଅଘଟଣ , CISF ଫାଇରିଂ ରେଞ୍ଜରେ ଜଣେ ବୃଦ୍ଧାର ଦେହରେ ଗୁଳିବାଜି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଘଟଣାଟି ଘଟିଛି ଅନୁଗୋଳ ଥାନା ଶରଧାପୁର ନିକଟରେ ଥିବା ଫାୟାର ରେଞ୍ଜରେ । ଆଜି ସକାଳେ ନାଲକୋ CISF ର ଏକ ଟିମ ଫାଇରିଂ ଚାଳନା ପାଇଁ ଯାଇଥିଲେ । ଗାଁ ପାଖରେରେ ଥିବା ପାହାଡ଼ ନିକଟ ଫାୟରିଂ କରିଥାନ୍ତି, ଯାହାକି ଗାଁ ଠାରୁ ଫାୟାରରେଞ୍ଜ ପାହାଡ଼ ପାଖାପାଖି 1 କିଲୋମିଟର କିମ୍ବା ଦେଢ଼ କିଲୋମିଟ ହେବ । ଆଜି ସକାଳେ ବସ୍ତିରେ ଜଣେ ବୃଦ୍ଧା ଘରେ ପାଖରେ ବସି ଦାନ୍ତ ଘଷୁଥିବା ଏକ ଗୁଳି (ବୁଲେଟେ) ଆସି ତାଙ୍କ ଘର କଣ୍ଠରେ ବାଜି କରି ମହିଳାଙ୍କ ଛାତିରେ ବାଜିଥିଲା । ପରିବାର ଲୋକେ ଜାଣି ତାଙ୍କୁ ତୁରନ୍ତ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।ତେବେ ମହିଳାଙ୍କ ଅବସ୍ଥା ଏବେ ଗୁରୁତର ରହଛି । ବୃଦ୍ଧାଙ୍କ ନା ବଦନୀ ମିଶ୍ର , ବୟସ ପାଖାପାଖି 70 ରୁ ଅଧିକ ହେବ ବୋଲି କୁହାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଫାଇରିଂ ରେଞ୍ଜରେ କିପରି ଅନ୍ୟଆଡ଼େ ଗୁଳି ଗଲା ତାକୁ ନେଇ ଉଠିଛି ପ୍ରଶ୍ନ । CISF ର କର୍ମଚାରୀଙ୍କ ଉପରେ ପୋଲିସ କି କାର୍ଯ୍ୟାନୁଷ୍ଠାନ କରୁଛି ତାକୁହିଁ ଉଠୁଛି ପ୍ରଶ୍ନ । ତେବେ CISF କୁ ସେଠାରେ ଫାଇରିଂ କରିବା ପାଇଁ ଜିଲ୍ଲା ପୋଲିସ ପରମିଶନ ଦେଇଛି କି ନାହିଁ ତାହା ଏବେ ସନ୍ଦେହ ଘେରରେ ।
Comments are closed.