CBI ଜାଲରେ ଫସିବେକି କେଜ୍ରିୱାଲ
ନୂଆଦିଲ୍ଲୀ: ବଢ଼ିଲା ଦିଲ୍ଳୀ ମୁଖ୍ୟମନ୍ତୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ। ସିଏନଜି ବସ୍ କିଣା ମାମଲାର ତଦନ୍ତ ଏବେ ସିବିଆଇ କରିବ। ଏନେଇ ମଞ୍ଜୁରୀ ଦେଇଛନ୍ତି ଦିଲ୍ଲୀ ଏଲ୍ଜି ତଥା ଉପ-ରାଜ୍ୟପାଳ ଭିକେ ସାକ୍ସେନା। ଡିଟିସି ଦ୍ୱାରା ଏକ ହଜାର ଲୋ-ଫ୍ଲୋର୍ ବସ୍ କିଣିରେ ହୋଇଥିବା ଦୁର୍ନୀତିର ଯାଞ୍ଚ ସିବିଆଇକୁ ପଠାଇବାକୁ ସେ ମଞ୍ଜୁରୀ ଦେଇଛନ୍ତି।ଏଲ୍ଜି କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଡିଟିସି ଦ୍ୱାରା ୧୦୦୦ ଲୋ-ଫ୍ଲୋର୍ ବସ କିଣାରେ ଘୋର ଦୁର୍ନୀତି ହୋଇଥିବା ନେଇ ଚଳିତ ବର୍ଷ ଜୁନ୍ ମାସରେ ଏଲ୍ଜି ସଚିବାଳୟଙ୍କ ନିକଟକୁ ଅଭିଯୋଗ ଆସିଥିଲା। ଅଭିଯୋଗରେ ଦାବି କରାଯାଇଥିଲା ଯେ, ଯୋଜନାବଦ୍ଧ ରୂପେ ଟେଣ୍ଡର ଏବଂ ବସ୍ କ୍ରୟ ପାଇଁ ଗଠିତ କମିଟିର ସଭାପତି ଭାବରେ ଦିଲ୍ଲୀ ପରିବହନ ନିଗମ (ଡିଟିସି) ପରିବହନ ମନ୍ତ୍ରୀଙ୍କୁ ନିଯୁକ୍ତି କରିଥିଲା।
ଦୁର୍ନୀତି କରିବା ଉଦ୍ଦେଶ୍ୟରେ BIM ପରିଚାଳନା ପରାମର୍ଶଦାତା ଭାବରେ DIMTSଙ୍କୁ ନିଯୁକ୍ତ କରାଗଲା ଏବଂ ଜୁଲାଇ ୨୦୧୯ରେ ୧୦୦୦ CNGର ବିସଏସ୍-୪ ଓ ବିଏସ୍-୬ ବସ୍ କିଣିବା ପାଇଁ ବିଡ୍ ଦିଆଯାଇଥିଲା। ମାର୍ଚ୍ଚ ୨୦୨୦ରେ ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତିନାମା ପାଇଁ ହୋଇଥିବା ଟେଣ୍ଡର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।
ତେବେ ଗତ ବର୍ଷ ଅଭିଯୋଗ ପରେ ବସ୍ କିଣା ପାଇଁ ହୋଇଥିବା ଟେଣ୍ଡରକୁ ବାତିଲ କରାଯାଇଥିଲା। କିନ୍ତୁ ଉପରାଜ୍ୟପାଳ ଏହି ଅଭିଯୋଗକୁ ଜୁଲାଇ ୨୨ରେ ମୁଖ୍ୟ ସଚିବଙ୍କ ନିକଟକୁ ପଠାଇଥିଲେ। ୧୯ ଅଗଷ୍ଟରେ ମୁଖ୍ୟ ଶାସନ ସଚିବ ତାଙ୍କ ରିପୋର୍ଟ ପଠାଇଥିଲେ। ଏଥିରେ ଟେଣ୍ଡର ପ୍ରକ୍ରିୟାରେ ଗୁରୁତର ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଥିଲା। CVC ନିର୍ଦ୍ଦେଶାବଳୀ ଏବଂ ସାଧାରଣ ଆର୍ଥିକ ନିୟମର ଚରମ ଉଲ୍ଲଂଘନ ହୋଇଥିବା କୁହାଯାଇଥିଲା। ଡିଟିସିର ଡେପୁଟି କମିଶନରଙ୍କ ରିପୋର୍ଟରେ ମଧ୍ୟ ସମାନ ଦୁର୍ନୀତି କଥା ଉଲ୍ଲେଖ କରାଯାଇଥିଲା। ଏହା ପରେ ଏବେ ସାକ୍ସେନା ସିବିଆଇକୁ ଏହି ଅଭିଯୋଗ ପଠାଇଛନ୍ତି।
Comments are closed.