କେବଳ ପିଅନ୍ତୁ ନାହିଁ, ମୁହଁରେ ଲଗାନ୍ତୁ

ଭୁବନେଶ୍ୱର: କ୍ଷୀର ଅମୃତ ସହ ସମାନ । ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ମଧ୍ୟ ଅନାବଶ୍ୟକ । ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ପଡୁଥିବା କେତେକ ପ୍ରମୁଖ ଖାଦ୍ୟ ମଧ୍ୟରେ ଏହା ଅନ୍ୟତମ । ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟକୁ ନୂଆ ରୂପ ଦେବାରେ ଏହାର ମଧ୍ୟ ଭୂମିକା ରହିଛି । ତେବେ କିପରି କ୍ଷୀର ସାହାଯ୍ୟରେ ମୁହଁରେ ଚମକ ଆସିବ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ମହୁ ଓ କ୍ଷୀର: ମୁହଁକୁ ସଫା କରିବାକୁ ହେଲେ କ୍ଷୀରରେ ମହୁ ମିଶାଇ ଲଗାନ୍ତୁ । କାହିଁକି ନା ମହୁ ତ୍ୱଚା ପାଇଁ ଟନିକ୍‌ ଭଳି କାମ କରିଥାଏ । ଏହାକୁ ଖାଇବା ଏବଂ ଲଗାଇବା ଦ୍ୱାରା ସ୍କିନ୍‌ ଗ୍ଲୋ କରିଥାଏ । ସ୍କିନକୁ ସଫା କରିବାକୁ ହେଲେ ଏକ ଛୋଟ ଚାମଚ ମହୁ ସହିତ କ୍ଷୀର ମିଶାଇ ମୁହଁରେ ଲଗାନ୍ତୁ । ଏହାକୁ ୧୦ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହାପରେ ମୁହଁକୁ ଥଣ୍ଡା ପାଣିରେ ଭଲ ଭାବେ ଧୋଇଦିଅନ୍ତୁ । ଦେଖିବେ ଆପଣଙ୍କ ମୁହଁ କେତେ ଗ୍ଲୋ କରୁଛି ।

ମୁଲାୟମ ତ୍ୱଚା: କ୍ଷୀରକୁ ତ୍ୱଚାରେ ଲଗାଇବା ଦ୍ୱାରା ଏହା ଆହୁରି ମୁଲାୟମ ହୋଇଥାଏ । ଦୁଇ ଚାମଚ କ୍ଷୀରସର ସହ ମହୁ ମିଶାଇ ତ୍ୱଚାରେ ଲଗାନ୍ତୁ । ଏହାଦ୍ୱାରା ତ୍ୱଚାର ଶୁଷ୍କତା (ଡ୍ରାଏନେସ୍‌) ଦୂର ହୋଇଥାଏ । କ୍ଷୀର ସହ ଗୋଲାପଜଳ ମିଶାଇ ପୂରା ଶରୀରରେ ଲଗାଇବା ଦ୍ୱାରା ତ୍ୱଚାର ରଙ୍ଗ ଧୀରେ ଧୀରେ ସଫା ଦେଖାଯାଇଥାଏ ।

ମୁହଁର ରିଙ୍କଲ୍ସ: ମୁହଁର ରିଙ୍କଲ୍ସ ଦୂର କରିବାକୁ ହେଲେ କ୍ଷୀର ବହୁ ଲାଭକାରୀ ହୋଇଥାଏ । ୨ଚାମଚ ମହୁ ସହ ୩-୪ଚାମଚ କ୍ଷୀରସରକୁ ମିଶାଇ ଦିଅନ୍ତୁ । ଏବେ ଏହାକୁ ଭଲଭାବେ ଲଗାନ୍ତୁ । ଏହାଦ୍ୱାରା ମୁହଁର ରିଙ୍କଲ୍ସ ଦୂର ହୋଇପାରିବ ।

ମୁହଁକୁ କରନ୍ତୁ ସଫ୍ଟ ଓ ଗୋଲାପୀ: ଯଦି ଓଠ କଳା ହୋଇଯାଇଛି, କ୍ଷୀରକୁ ଓଠରେ ଲଗାଇବା ଦ୍ୱାରା ଏହାର କଳାପଣ ଦୂର ହୋଇଥାଏ । ଯଦି ଆପଣଙ୍କ ଓଠ ଫାଟୁଛି ତେବେ ଗୋଟେ ବୁନ୍ଦା ଗୋଲାପଜଳ, ଗୋଟିଏ ବୁନ୍ଦା ଲେମ୍ବୁରସ ସହ କ୍ଷୀରରସକୁ ଭଲଭାବେ ମିଶାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଓଠ ସଫ୍ଟ ଏବଂ ମୁଲାୟମ ହୋଇଯାଇଛି ।

Comments are closed.