ବ୍ରହ୍ମପୁରରେ ପୁଣି ବସ୍ ଚଳାଚଳ ଠପ୍

ଜିଲ୍ଲା ପ୍ରଶାସନ ଓ ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆୟୋଜିତ ବୈଠକରେ କିଛି ସୁଫଳ ମିଳି ନଥିବାରୁ ବ୍ରହ୍ମପୁରରେ ପୁଣି ବସ୍ ଚଳାଚଳ ଠପ୍ ରହିଛି । ଏହା ସହ ସଂଘ ପକ୍ଷରୁ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରଖିବାର ସୂଚନା ମିଳିଛି । ପୁରୁଷୋତ୍ତମପୁର, ଖଲ୍ଲିକୋଟ, ଛତ୍ରପୁର, ଭୁବନେଶ୍ୱର ଓ କଟକ ବସ୍ ଗୁଡିକ ବ୍ରହ୍ମପୁରରେ ଥିବା ବସ୍ ଷ୍ଟାଣ୍ଡ ପରିବର୍ତ୍ତେ ହଳଦିଆପଦର ଟର୍ମିନାଲକୁ ଚଳାଚଳ କରିବା ନେଇ ଏପରି ବନ୍ଦ ଡାକରା ଦିଆଯାଇଛି ବୋଲି ବସ୍ ସଂଘ ପକ୍ଷରୁ କୁହାଯାଇଛି । ଯାହାକୁ ନେଇ ଯାତ୍ରୀମାନଙ୍କର ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳୁଛି ।

Comments are closed.