ଅଜବ ରେକଡର଼୍ ସ୍ଥାପନ, କଖାରୁ ଡଙ୍ଗାରେ ଗିନିସ ବୁକ ଅଫ ୱାର୍ଲଡ
ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବ୍ୟକ୍ତି ଏକ ଅଜବ ଧରଣର କୀର୍ତ୍ତିମାନ ସ୍ଥାନ କରିଛନ୍ତି । ନେବ୍ରାସ୍କାର ଡୁଏନ ହାରସେନ ନାମକ ଏହି ବ୍ୟକ୍ତି ଏକ ବିଶାଳ ଫମ୍ପା କଖାରୁ ଭିତରେ ବସି ମିସୌରି ନଦୀରେ ୩୮ ମାଇଲ ପ୍ରାୟ ୬୧ କିଲୋମିଟର ଅତିକ୍ରମ କରିଛନ୍ତି । ଏହା ଦ୍ୱାରା ସେ ଗିନିସ ବୁକ ଅଫ ୱାର୍ଲଡ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି ।
ଡୁଏନ ହେଇଛନ୍ତି ବେଲଭ୍ୟୁ ସହରର ୬୦ ବର୍ଷିୟ ଅଧିବାସୀ । ଗତ ଅଗଷ୍ଟ ୨୭ରେ ନିଜର ୬୦ ତମ ଜନ୍ମଦିନ ଅବସରରେ ସେ,ଏହି ରେକର୍ଡ ସ୍ଥାପନର ଉଦ୍ୟମ କରିଥିଲେ । ୩୮୪ କିଲେଗ୍ରାମ ଓଜନର କଖାରୁ ତିଆରି ଉକ୍ତ ଡଙ୍ଗାର ନାମ ଦେଉଥିଲେ ‘ଏସଏସ୍ ବର୍ଟା’ ।
ସେଦିନ ସକାଳ ୭ଟା ୩୦ରେ ମିଜୌରି ନଦୀରେ ନିଜର କଖାରୁ ଡଙ୍ଗା ନେଇ ଯାତ୍ରା ଆରମ୍ଭ କରିଥିଲେ ଏବଂ ସନ୍ଧ୍ୟ ୬.୩୦ ରେ ତାଙ୍କର ଯାତ୍ରା ସଂମ୍ପୁର୍ଣ୍ଣ ହୋଇଥିଲେ । ବେଲଭ୍ୟୁ ସହରର ଅଧିକାରୀମାନେ ଏହି କୀର୍ତ୍ତିମାନ ସ୍ଥାନ ବେଳେ ସାକ୍ଷୀ ରୂପେ ଉପସ୍ଥିତ ଥିଲେ । ଡୁଏନଙ୍କ ସଉକ ହେଉଛି ବିଶାଳ କଖାରୁ, ଲାଉ ଓ ଅନ୍ୟାନ୍ୟ ପନିପରିବା ଚାଷ କରିବା ।
ପୂର୍ବରୁ ଜଣେ ବ୍ୟକ୍ତି କଖାରୁ ଡଙ୍ଗାରେ ଏଭଳି ଅଜବ ରେକର୍ଡ କରିଥିବା ଜାଣିବା ପରେ ଡିଏନ ଏହି ରେକର୍ଡ ଭାଙ୍ଗିବାର ଉଦ୍ୟମ କରି ନିଜର ୬୦ତମ ଜନ୍ମକୁ ସ୍ୱତନ୍ତ୍ର ଭାବେ ପାଳିବାର ଯୋଜନା କରିଥିଲେ । ନର୍ଥ ଡାକୋଟାର ପୂର୍ବ ରେକର୍ଡଧାରୀ ଜଣକ ୨୦୧୮ରେ ପ୍ରାୟ ୪୧ କି.ମି ଯାତ୍ରା କରି ଏହି ରେକର୍ଡ ସ୍ଥାପନା କରିଥିଲେ ।
ନର୍ଥ ଡାକୋଟାର ପୂର୍ବ ରେକର୍ଡଧାରୀ ଜଣକ ୨୦୧୮ରେ ପ୍ରାୟ ୪୧ କି.ମି ଯାତ୍ରା କରି ଏହି ରେକର୍ଡ ସ୍ଥାପନ କରିଥିଲେ । ଡୁଏନଙ୍କ ନୂଆ ରେକର୍ଡ କେହି କେହି ହାସ୍ୟାସ୍ପଦ ମନେକରୁଥିବା ବେଳେ ଆଉ କିଛି ଏହାକୁ ପ୍ରେରଣାଦାୟକ ଦୃଷ୍ଟିରେ ଦେଖୁଛନ୍ତି ।
Comments are closed.