ବଡ ଖବର : ଶାଶୁଘର ଛାଡ଼ିବେ ବର୍ଷା
କଟକ :ମାସେ ମଧ୍ୟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ତାଙ୍କ ଶାଶୁ ଘର ଛାଡ଼ିବେ। ଆଜି ଜିଲ୍ଲା ଜଜ୍ଙ୍କ କୋର୍ଟରେ ବର୍ଷା ଏହା କହିଛନ୍ତି। ଏହା ସହିତ ଏହି ମାମଲାର ଅନ୍ତ ଘଟିଛି।
ବର୍ଷାଙ୍କୁ ଶାଶୁ ଘର ଛାଡ଼ିବାକୁ ପୂର୍ବରୁ ଏସ୍ଡିଜେଏମ୍ଙ୍କ କୋର୍ଟ ରାୟ ଦେଇଥିଲେ। ବର୍ଷା ଏହି ରାୟ ବିରୋଧରେ ଜିଲ୍ଲା ଜଜ୍ଙ୍କ କୋର୍ଟକୁ ଯାଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି ଜିଲ୍ଲା ଜଜ୍ଙ୍କ କୋର୍ଟ ଏସ୍ଡିଜେଏମ୍ କୋର୍ଟ ଦେଇଥିବା ରାୟ ଉପରେ ସ୍ଥଗିତା ଦେଶ ଜାରି କରିଥିଲେ। ତେବେ ଆଜି ଜିଲ୍ଲା ଜଜ୍ଙ୍କ କୋର୍ଟ ଏସ୍ଡିଜେଏମ୍ କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି।
ଜିଲ୍ଲା ଜଜ୍ଙ୍କ କୋର୍ଟଙ୍କ ରାୟ ଆସିବା ପରେ ମାସକ ମଧ୍ୟରେ ଶାଶୁ ଘର ଛାଡ଼ିବେ ବୋଲି ବର୍ଷା କହିଥିଲେ।
Comments are closed.