ନିତିଦିନ ଖାଆନ୍ତୁ ଟମାଟୋ

ଭୁବନେଶ୍ୱର: ଆମେ ନିତିଦିନିଆ ଜୀବନଶୈଳୀରେ ଖାଉଥିବା ପରିବା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଟମାଟୋ । ଟମାଟୋ ଖାଇବା ଶରୀର ପାଇଁ ହିତକର ହୋଇଥାଏ । ବିଭିନ୍ନ ପ୍ରକାରର ରୋଗ ପାଇଁ ଏହା ଔଷଧ ଭାବେ କାର୍ଯ୍ୟ କରିଥାଏ । ଟମାଟୋରେ କ୍ୟାଲସିୟମ ଓ ଫସଫରସ ଭରିରହିଥାଏ । ଏହା ହାଡ଼କୁ ମଜଭୁତ କରିବାରେ ସାହାର୍ଯ୍ୟ କରିଥାଏ ।

ସେହିପରି ଟମାଟୋରେ ଭିଟାମିନ ଏ ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଆମର ଦୃଷ୍ଟିଶକ୍ତି ବୃଦ୍ଧିକରିବାରେ ସାହାଯ୍ୟ କରିଥାଏ । ପାଚନତନ୍ତ୍ରକୁ ସକ୍ରିୟ ନ କରାଇଲେ ମଧ୍ୟ ଟମାଟୋ ଗ୍ୟାସ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ଏହା ସହିତ ଟମାଟୋ ଖାଇବା ଦ୍ୱାରା ଆମର ଶ୍ୱାସନଳି ସଫା ହୋଇଯାଇଥାଏ । ଏହାଫଳରେ ଶ୍ୱାସ ସମସ୍ୟା ସୃଷ୍ଟି ହୋଇ ନ ଥାଏ ।

ଟମାଟୋ ମଧୁମେହ ଓ ହୃଦରୋଗୀଙ୍କ ପାଇଁ ବରଦାନ ସଦୃଶ ସାବ୍ୟସ୍ତ ହୋଇଥାଏ । ଯଦି ଏହାକୁ ସେମାନେ ନିୟମିତ ଖାଆନ୍ତି ତେବେ ଲାଭବାନ ହୋଇପାରିବେ । ଏଥିରେ ଭିଟାମିନ ପରିମାଣ ଅଧିକ ଥିବାରୁ ଏହାକୁ ଖାଇବା ଫଳରେ ଚର୍ମ କୁଞ୍ଚନ ଦେଖାଯାଇ ନ ଥାଏ ।

କେବଳ ଏତିକି ନୁହଁ ଟମାଟୋକୁ ଆପଣ ମୁହଁରେ ଦେହରେ ତ୍ୱଚା ଗ୍ଲୋ କରିବା ପାଇଁ ମଧ୍ୟ ବ୍ୟବହାର କରି ପାରିବେ ।

Comments are closed.