ହଜିଗଲା ମାନବିକତା, ବସ୍ ଭିତରୁ ଫିଙ୍ଗିଦେଲେ ମୃତ ଦେହ
ଭୁବନେଶ୍ୱର: ଏ ସମାଜ ଧିରେ ଧିରେ ଏତେ କଳୁଷିତ ହେବାରେ ଲଏାଗିଛି ଯେ, ହଜିଯାଇଛି ମାନବିକତା । କାହାର କ’ଣ ହେଉଛି ଏଠି କାହାରିକୁ ଜଣାନାହିଁ । ଏଭଳି ଏକ ଛାତି ଥରେଇଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦିବା ଆଲୋକରେ ବସ୍ ଭିତରୁ ମୃତଦେହକୁ ପିଙ୍ଗି ଚାଲିଗଲେ ବସ୍ କର୍ମଚାରୀ । ଏଭଳି ଅଭାବନୀୟ ଘଟଣା ରାଜଧାନୀର ଜନଗହଳି ପୂର୍ଣ୍ଣ ପଳାଶୁଣୀ ସପ୍ତସତୀ ମନ୍ଦିର ରାସ୍ତାରେ ଘଟିଛି ।
ସୂଚନା ମୁତାବକ, ଗଜପତିରୁ କଟକ ଅଭିମୁଖେ ଯାଉଥିଲା ଏକ ଯାତ୍ରୀବାହୀ ବସ୍ । ହଠାତ୍ ପଳାଶୁଣୀ ସପ୍ତସତୀ ମନ୍ଦିର ରାସ୍ତା କଡ଼ରେ ଲାଗିଥିବା ଗାର୍ଡ ୱାଲ ପାଖରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା ବସ୍ । ମୃତଦେହ ପଡିଥିବା ଦେଖି ସ୍ଥାନୀୟଲୋକ ପିସିଆର୍କୁ ସୂଚନା ଦେଇଥିଲେ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପଟିଲାକୁ ପଠାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ଗଜପତିର ନୀଳକଣ୍ଠ ମଲ୍ଲିକ ବୋଲି ପରିଚୟ ମିଳିଛି । ତାଙ୍କୁ ଆଣିଥିବା ଦୁଇ ବ୍ୟକ୍ତି ଅଜୟ ମାଲିକ ଓ ସଞ୍ଜୟ ଶବର ବୋଲି ଜଣାପଡିଛି । ତେବେ ଉକ୍ତ ବସ୍ ଓ ୨ ଜଣଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।
Comments are closed.