ଦୋକାନର ନାଁ ଗୁଗୁଲ୍‌, ହ୍ୱାଟସ୍‌ ଆପ୍‌, ପ୍ଲେ-ଷ୍ଟୋର !

ରାଜଧାନୀ ଦିଲ୍ଲୀର କରୋଲବାଗ୍‌ ଅଞ୍ଚଳରେ ଥିବା ତିନୋଟି ଦୋକାନର ଚର୍ଚ୍ଚା ଏବେ ବିଦେଶ ପର୍ଯ୍ୟନ୍ତ ଗଲାଣି । ସତ କଥାଟି ହେଲା, ୬ ବର୍ଷ ପୁରୁଣା ଏହି ଦୋକାନଗୁଡ଼ିକର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସେ ବିଷୟରେ ଅଧିକ କଥା ଶୁଣିବାକୁ ମିଳୁଛି । ଯଶବିନ୍ଦର ସିଂ ନାମ୍ନୀ ଜଣେ ବ୍ୟକ୍ତି ଏହି ଦୋକାନର ମାଲିକ । ଗୋଟିଏ ଦୋକାନର ନାମ ପ୍ଲେ-ଷ୍ଟୋର, ଅନ୍ୟଗୁଡ଼ିକର ନାମ ଯଥାକ୍ରମେ ଗୁଗୁଲ୍‌ ଓ ହ୍ୱାଟସ୍‌ ଆପ୍‌ ରଖାଯାଇଛି ।

ସାମାଜିକ ଗଣ ମାଧ୍ୟମକୁ ଅନୁକରଣ କରି ଏହି ତିନୋଟି ଦୋକାନ ସେ ଏମିତି ନାମ ଦେଇଥିବାର କହିଛନ୍ତି । କିଛି ବର୍ଷ ତଳେ ସେ ଚୀନ୍‌ ବୁଲିବାକୁ ଯାଇଥିଲେ । ସେଠି ବଡ଼ବଡ଼ ବ୍ରାଣ୍ଡର ନକଲ କରି ଛୋଟଛୋଟ ଦୋକାନମାନ ଆରମ୍ଭ ହୋଇଥିବାର ଯଶବିନ୍ଦର ଦେଖିଥିଲେ । ଦିଲ୍ଲୀରେ ଏମିତି କିଛି ଅଲଗା କରିବାର ଯୋଜନା କଲେ । ତାଙ୍କ ମୁଣ୍ଡକୁ ବୁଦ୍ଧି ମଧ୍ୟ ଜୁଟିଲା ।

ଗୋଟିଏ ଦୋକାନରେ ପୁରୁଷଙ୍କର ପୋଷାକ ବିକ୍ରି ହେଉଛି, ଅନ୍ୟ ଦୁଇଟିରେ ମହିଳା ଓ ପିଲାଙ୍କର ପୋଷାକ ବିକ୍ରି ହେଉଛି । ଦୋକାନର ନାଁ ଦେଖି ଆକର୍ଷିତ ହୋଇ ତାଙ୍କ ଦୋକାନକୁ ଗ୍ରାହକ ଆସୁଥିବାର ଯଶବିନ୍ଦର କହିଛନ୍ତି । ସେହିପରି ଖୁବଶୀଘ୍ର ଇନଷ୍ଟାଗ୍ରାମ ଓ ଫେସବୁକ ନାଁରେ ଦୁଇଟି ଦୋକାନ ଖୋଲିବାର ତାଙ୍କ ଯୋଜନା ରହିଛି ।

Comments are closed.