ଓଡ଼କପା ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଞ୍ଚାୟତ ରେ ଥିବା ଓଡ଼କପା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ସିଙ୍ଗାର ପଲ୍ଲୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଗାୟତ୍ରୀ ବେହେରା ଯୋଗଦେଇ ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ପୋଷାକ ବିତରଣ କରିଥିଲେ।ପୋଷାକ ବିତରଣ ଉତ୍ସବ ରେ ବିଦ୍ୟାଳୟ ପରିଚାଳନା କମିଟିର ର ଚେୟାର ପର୍ସନ ଙ୍କ ସହିତ ସମସ୍ତ ସଦସ୍ୟ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସମେତ ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ।
Comments are closed.