କାହିଁକି ଦଳ ଛାଡୁଛନ୍ତି କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସ ଦଳର ଜଣକ ପରେ ଜଣେ ନେତା ଖୋଲାଖୋଲି ବିଦ୍ରୋହ କରୁଛନ୍ତି। କିଛି ନେତା ପଦପଦବୀରୁ ଓହରି ଯାଉଥିବା ବେଳେ ଆଉ କେହି ଦଳ ଛାଡ଼ୁଛନ୍ତି। ବୁଧବାର ଦଳର ଯୁବ ନେତା ଜାଭିର ସେରଗିଲ ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେଥିରେ ଦଳର ନିଷ୍ପତ୍ତି ନେଉଥିବା ବ୍ୟକ୍ତିମାନଙ୍କ ଭିଜନରେ ଯୁବକଙ୍କ ପାଇଁ କୌଣସି ସୁଯୋଗ ନଥିବା ଦର୍ଶାଇଛନ୍ତି। ଏମିତି କି ସେ ଦଳର ଛଳନାର ଶିକାର ହୋଇଥିବା କହିଛନ୍ତି । ପ୍ରାରମ୍ଭିକ କାରଣ ଦର୍ଶାଇବାକୁ ଯାଇ ସେରଗିଲ କହିଛନ୍ତି ଯେ, ବର୍ତ୍ତମାନ ଦଳର ନିଷ୍ପତ୍ତି ନେଉଥିବା ବ୍ୟକ୍ତିଙ୍କ ଭିଜନରେ ଆଗାମୀ ଭବିଷ୍ୟତ ଯୁବପିଢ଼ିଙ୍କ ଲାଗି କୌଣସି ବ୍ୟବସ୍ଥା ନାହିଁ। ସେହିପରି ସାମ୍ପ୍ରତିକ ଭିଜନ କିମ୍ବା ନିଷ୍ପତି ଜତାଙ୍କୁ ଛୁଇଁମାରୁ ନି ସେମାନଙ୍କ କାମରେ ଆସୁନି। କେବଳ ନିଜର ବ୍ୟକ୍ତିଗତ ସ୍ୱାର୍ଥସାଧନ ଲାଗି ଉପଯୋଗ କରାଯାଉଛି। ତେଣୁ ମୁଁ ନୈତି ଭାବେ ସେହି ବିଚାରଧାରାରେ ଖାପ ଖୁଆଇ କାମ କରିବାକୁ ଅକ୍ଷମ ମନେ କରୁଥିବା ସେରଗିଲ କହିଛନ୍ତି ।

୩୯ ବର୍ଷୀୟ ସେରଗିଲ କଂଗ୍ରେର ଜଣେ ଯୁବ ମୁଖପାତ୍ର ଭାବେ ନିଯୁକ୍ତି ପାଇଥିଲେ। ତେବେ ଦଳର ମିଡିଆ କାର୍ଯ୍ୟକ୍ରମରେ ତାଙ୍କର ଦୀର୍ଘ ଦିନ ଧରି ଦେଖା ନଥିଲା। ଦଳର ପ୍ରମୁଖ ଯୁବ ଚେହାରା ମଧ୍ୟରେ ସେରଗିଲ ହେଉଛନ୍ତି ଜଣେ ଜଣାଶୁଣା ଓକିଲ। ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ହିମାଚଳ ପ୍ରଦେଶ କଂଗ୍ରେସ ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

Comments are closed.