ପୁଣି ଫୁଲୁଛି ବୈତରଣୀ
ଯାଜପୁର : ଯାଜପୁର ଜିଲା ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀ ରବିବାର ପୁଣି ଫୁଲି ଉଠିଛି । ଆଖୁଆପଦାରେ ବିପଦସଙ୍କେତ ୧୭.୮୩ ମିଟର ଥିବା ବେଳେ ସକାଳେ ୧୮.୮୪ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଗତ ୧୫ ତାରିଖରେ ବ୍ରହ୍ମଚାରୀପାଟଣାଠାରେ ୧୦୦ ଫୁଟ ଘାଇ ହୋଇଥିଲା।
ଜଳ ସମ୍ପଦ ବିଭାଗ ପକ୍ଷରୁ ଅସ୍ଥାୟୀ ମରାମତି କରାଯାଇଥିଲେ ହେଁ ଉପର ଦେଇ ବନ୍ୟା ଜଳ ଗ୍ରାମଗୁଡିକରେ ପଶୁଛି। ଏଥିରେ ପୁଣି ବନ୍ୟା ପରିସ୍ଥିତି ଗମ୍ଭୀର ହେବାର ସମ୍ଭାବନା ସୃଷ୍ଟି ହେଉଛି।
Comments are closed.