ଶିକ୍ଷକ ବଦଳି ପ୍ରତିବାଦ, ରାସ୍ତାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ
ବାରିପଦା(ବିଶ୍ୱଜିତ୍ ମହାନ୍ତି) : ଶିକ୍ଷକଙ୍କ ବଦଳିକୁ ବିରୋଧ କରି ରାଜରାସ୍ତାରେ ବସିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ନୁଆସାହି ଛକରେ । ନୁଆସାହିରେ ଥିବା ଅରବିନ୍ଦ ବିଦ୍ୟାପୀଠର ଶିକ୍ଷକ ଅଞ୍ଜନ କୁମାର ପଲେଇଙ୍କୁ ଶିକ୍ଷା ବିଭାଗ ଅର୍ଥାତ କପ୍ତିପଦା ବିଇଓ ଅନ୍ୟ ବିଦ୍ୟାଳୟକୁ ବଦଳି କରିଛନ୍ତି ।ଯାହାକି ସେ ଅରବିନ୍ଦ ବିଦ୍ୟାପୀଠରୁ ବଦଳି ହୋଇ ଅଖାପଲାଣ ବିଦ୍ୟାଳୟ ଯାଇଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକ ଜାଣିବାକୁ ପାଇଥିଲେ । ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଯାହାକୁ ନେଇ ଗତକାଲି କପ୍ତିପଦା-ଠାକୁରମୁଣ୍ଡା ରାସ୍ତାର ନୁଆସାହି ଛକ ନିକଟରେ ରାସ୍ତା ଉପରେ ଅଭିଭାବକ ଏବଂ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ଯାହା ଫଳରେ କପ୍ତିପଦାରୁ ଠାକୁରମୁଣ୍ଡା ଏବଂ କରଞ୍ଜିଆ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।ଶିକ୍ଷକ ଅଞ୍ଜନ କୁମାର ପଲେଇ ମାତ୍ର କେଇ ଦିନ ହେବ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ସେ ଜଣେ ଉତ୍ତମ ଶିକ୍ଷକ ଥିଲେ । ତେଣୁ ତାଙ୍କର ବଦଳିକୁ ବାତିଲ କରିବା ଦାବିରେ ଏହି ରାସ୍ତା ଅବରୋଧ କରାଯାଇଛି । ଶିକ୍ଷକଙ୍କ ବଦଳି ଫଳରେ ଛାତ୍ରଛାତ୍ରୀ ମାନେ ଇଂରାଜୀ ପଢି ପାରୁ ନ ଥିବାଅଭିଯୋଗ କରିଛନ୍ତି । ଏପରିକି ବର୍ଷା ହେଉଥିଲେ ସୁଦ୍ଧା ପାଲ ଟାଣି ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଛନ୍ତି ।
Comments are closed.