୫ ପୋଲିସ ନିଲମ୍ବିତ, ଜାଣନ୍ତୁ କାହିଁକି

ଭୁବନେଶ୍ୱର : କର୍ତ୍ତବ୍ୟରେ ଅନିୟମିତତା ଓ ଅହେତୁକ ଅନୁକମ୍ପା ପ୍ରଦର୍ଶନ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ମାଲକାନଗିରି ଜିଲ୍ଲାର ୫  ପୁଲିସ୍‌ କର୍ମଚାରୀ । ଏହି କର୍ମଚାରୀମାନେ କୁଡୁମୁଲୁଗୁମ୍ମାସ୍ଥିତ ପୁଲିସ୍ ଫାଣ୍ଡିରେ କାର୍ୟ୍ୟରତ ଥିଲେ। ସେମାନଙ୍କୁ କାର୍ୟ୍ୟରୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ନିଲମ୍ବିତ ହୋଇଥିବା ୫ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ ଇଝଓ କମଳ ଲୋଚନ ନାୟକ ଓ ଅନ୍ୟ ୪ ଜଣ କନଷ୍ଟେବଳ ଅଛନ୍ତି।

ବିଶ୍ୱସ୍ତ ସୂତରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୫ ପୁଲିସ୍‌ ଗତ ବୁଧବାର ଏକ ଗଞ୍ଜେଇ ବୋଝେଇ ଗାଡ଼ି ଧରିଥିଲେ। ମାତ୍ର ଗାଡ଼ିଟିକୁ ଛାଡ଼ି ଦେବାକୁ ମୁଲଚାଲ କରୁଥିଲେ। ଏପରିକି ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ଧରି ଟଙ୍କା ଉଠାଇବାକୁ ଏଟିଏମ୍‌କୁ ଯାଇଥିଲେ। ଖବର ପାଇ ଏସଡିପିଓ ପହଞ୍ଚି ଗଞ୍ଜେଇ ବୋଝେଇ ଗାଡ଼ିଟିକୁ ଜବତ କରିଥିଲେ।
ଏହାପରେ ଗତକାଲି ମାଲକାନଗିରି ଏସ୍‌ପି ଏହି ୫ ପୁଲିସ୍‌ କର୍ମଚାରୀଙ୍କ ନିଲମ୍ବନ ଆଦେଶ ଦେଇଛନ୍ତି।

Comments are closed.