ପୂର୍ବତନ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ହତ୍ୟା ଧମକ

ମୁମ୍ବାଇ : ମୁମ୍ବାଇର ପୂର୍ବତନ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖେଡେଙ୍କୁ ସୋସିଆଲ ମିଡିଆରେ ଧମକ ଦିଆଯାଇଛି। ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଏହି ଧମକ ଦିଆଯାଇଛି। ଏନେଇ ସମୀର ଗୋରେଗାଓଁ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି।
ସମୀର ପୋଲିସକୁ କହିଛନ୍ତି ଯେ, ଏକ ନୂଆ ଟୁଇଟର୍‌ ଆକାଉଣ୍ଟ ମାଧ୍ୟମରେ ଅଗଷ୍ଟ ୧୪ରେ ତାଙ୍କୁ ହତ୍ୟା ଧମକ ମିଳିଛି। ଅମନ ନାମକ ଏହି ଟୁଇଟର୍‌ ଆକାଉଣ୍ଟଧାରୀ ଧମକ ଦେଇ କହିଛନ୍ତି, ତୁମେ ଜାଣି ନାହଁ ତୁମେ କଣ କରିଛ, ତୁମକୁ ଏହାର ହିସାବ ଦେବାକୁ ପଡିବ। ଆମେ ତୁମକୁ ଶେଷ କରିଦେବୁ।
ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଡ୍ରଗ ମାମଲା ପରେ ସମୀର ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ଏନସିପି ନେତା ନବାବ ମଲିକ ତାଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଗୋଟିଏ ଅଭିଯୋଗରେ ମଲିକ କହିଥିଲେ, ସମୀର ଓ୍ବାଙ୍ଖେଡେ ଜନ୍ମରୁ ଜଣେ ମୁସଲମାନ, ସଂରକ୍ଷଣର ଲାଭ ପାଇବା ପାଇଁ ତାଙ୍କୁ ଏକ ନକଲି ଜନ୍ମ ପ୍ରମାଣପତ୍ର ମିଳିଥିଲା। ତେବେ ସମୀର ଏହି ମାମଲାରେ କ୍ଲିନ୍‌ଚିଟ୍‌ ପାଇ ନବାବଙ୍କ ବିରୋଧ ମାନହାନୀ ମାମଲା ରୁଜ୍ଜୁ କରିଥିଲେ।

Comments are closed.