ଉଦଳା କୋର୍ଟ ମହିଳା ଅଭିଯୁକ୍ତ ଚଂପଟ ମାରିବା ଘଟଣା ଖଜାଖୋଜି ପରେ ପୁଣି ଧରା ପଡ଼ିଲା ନନ୍ଦିନୀ

ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ଅଭିଯୁକ୍ତକୁ ସଜା ଶୁଣାଇ ସାରିଥିଲେ ବରିଷ୍ଠ ଦୌରାଜଜ | ଶୁଣାଣି ଦିନ ଅନୁପସ୍ଥିତ ଥିଲେ ଆଉ ଏବେ ପୋଲିସ ଗିରଫ କରି ହାଜିରା ନିମନ୍ତେ କୋର୍ଟକୁ ନେଇଥିବା ବେଳେ ପୋଲିସ ଉପସ୍ଥିତିରେ ତାଙ୍କ ସାମ୍ନାରେ ଚମ୍ପଟ ମାରିଲେ ମହିଳା ଅଭିଯୁକ୍ତ | ଏଭଳି ଘଟଣା ଏବେ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି | 2018 ମସିହାରେ ଉଦଳା ଥାନା ଧାନଘେରା ଅଂଚଳରେ ଏକ ଜମିଜମା ବିବାଦ ହୋଇଥିଲା ଯେଉଁଥିରେ ଉକ୍ତ ଗ୍ରାମର ନନ୍ଦିନୀ ଦାସ ଅଭିଯୁକ୍ତ ରହିଥିଲେ | ଏପରିକି ତାଙ୍କ ବିରୋଧରେ 307 ଆଇପିସି ଧାରା ଲାଗିଥିବା ବେଳେ 20-7-2022 ରେ ତାଙ୍କୁ ଦୋଷୀ ପାଇଁ ବରିଷ୍ଠ ଦୌରାଜଜ ୩ ବର୍ଷ କାରାଦଣ୍ଡର ଶୁଣାଣି କରିଥିଲେ । ହେଲେ ଅଭିଯୁକ୍ତ ନନ୍ଦିନୀ ଉକ୍ତ ଦିନ ଅନୁପସ୍ଥିତ ଥିବା ବେଳେ ଗତକାଲି ଉଦଳା ପୋଲିସ ତାଙ୍କୁ ଘରୁ ଉଠାଇ ଆଣି କୋର୍ଟରେ ହାଜର କରିବା ନିମନ୍ତେ ଯାଇଥିଲେ । ହେଲେ କୋର୍ଟରେ କାଗଜପତ୍ର କାମ ସରିଥିବା ବେଳେ ହଠାତ ଦୁଇ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଚମ୍ପଟ ମାରିଛି ଅଭିଯୁକ୍ତ ନନ୍ଦିନୀ । ପୋଲିସ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ଅଭିଯୁକ୍ତ ଫେରାର ହେବା ପରେ ଏବେ ପୋଲିସ ଅଭିଯୁକ୍ତକୁ ବହୁ ଖୋଜାଖୋଜି କରିବା ପରେ ତା ଘର ନିକଟରୁ ନନ୍ଦୀନୀକୁ ଧରି କୋର୍ଟ ରେ ହାଜର କରାଇଲା ଉଦଳା ପୋଲିସ ।

Comments are closed.