୧୯ରୁ କାଚିବ ବର୍ଷା
ଭୁବନେଶ୍ୱର : ଆସନ୍ତା ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଲଘୁଚାପ ପ୍ରଭାବରେ ୧୮ରୁ ପ୍ରବଳ ବର୍ଷା ହେବ।
ସେହିପରି ୧୯ ଏବଂ ୨୦ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ପାଣିପାଗ ବିଭାଗ ଅନୁଯାୟୀ, ଅବପାତ ଦୁର୍ବଳ ହୋଇ ସୁଦୃଶ-ଲଘୁଚାପ କ୍ଷେତ୍ର ଭାବେ ମଧ୍ୟ ରାଜସ୍ଥାନ ଅଞ୍ଚଳରେ ସକ୍ରିୟ ରହିଛି l ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି l
Comments are closed.