ଯୁକ୍ତ ୨ ନାମଲେଖାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ
କଟକ : ଯୁକ୍ତ୨ ନାମଲେଖା ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଅପରାହ୍ନ ୩ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯିବ। ତେବେ ଯେଉଁ ଛାତ୍ରୀଛାତ୍ରଙ୍କ ନାମ ମେରିଟ୍ ଲିଷ୍ଟରେ ଥିବ ସେମାନେ ୧୯ରୁ ୨୫ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ।
ସୂଚନାଯୋଗ୍ୟ, ଚଳିତବର୍ଷ ୨ ହଜାର ୬୫ କଲେଜର ୫ ଲକ୍ଷ ୭ ହଜାର ୫୦୨ ସିଟ ପାଇଁ ୫ ଲକ୍ଷ ୭ ହଜାର ୯୩୫ ଜଣ ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୭୫ ହଜାର ୯୯୦ ଜଣ ଅନ୍ଲାଇନରେ ଆବେଦନ କରିଥିଲେ। ସେହିପରି ସେପ୍ଟେମ୍ବର ୨ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ଭିତରେ ହେବ।
Comments are closed.