76 ତମ ସ୍ୱାଧୀନତା ଦିବସ ପାଳିତ
ଖୋର୍ଦ୍ଧା(ମନୋରଞ୍ଜନ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ବିଜେବି ହାଇ ସ୍କୂଲ ପଡିଆରେ 76 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ସୂଚନା ପ୍ରଯୁକ୍ତି ବିଦ୍ୟା ଓ଼ କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ୱାଗତ ଅଭିଭାଷଣ ରଖିଥିଲେ ଏବଂ ଖୋର୍ଦ୍ଧା ବୀର ମାଟିର ବରପୁତ୍ର ଙ୍କ ସ୍ୱାଧୀନତା ସଂଗ୍ରାମର ଭୂମିକା ବିଷୟରେ ଅବଗତ କରିବା ସହ ସରକାର ଙ୍କ ବହୁମୁଖୀ ଜନ କଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇଥିଲେ | ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ମିତ୍ର, ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଉପ ଜିଲ୍ଲାପାଳ ଈଶ୍ୱର ଗୌରବ ଶିବାଜୀ ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରିଥିଲେ |
Comments are closed.