ଆଜାଦି କି ଅମୃତ ମହୋତ୍ସବ ଅବସରରେ ଷ୍ଟେଟ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନର ସ୍ୱଚ୍ଛତା ସଚେତନତା ପଦଯାତ୍ରା
ସୁନ୍ଦରଗଡ : ସ୍ବାଧୀନତାର ୭୬ ତମ ଦିବସ ଉପଲକ୍ଷେ ସମଗ୍ର ଦେଶ ଆଜାଦି କି ଅମୃତ୍ ମହୋତ୍ସବ ପାଳନ କରୁଛି । ଏହି ଅବସରରେ ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗତ କାଲି ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ କାର୍ଯ୍ୟାଳୟ ଠାରେ ଅତି ଆନନ୍ଦର ସହିତ ସ୍ଵାଧୀନତା ଦିବସ ପାଳନ କରିଥିବା ବେଳେ ଆଜି ସୁନ୍ଦରଗଡ଼ ତଥା ସମଗ୍ର ଦେଶକୁ କୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବା ପାଇଁ ଦେଶବାସୀ ଙ୍କ ମନରେ ଜାଗ୍ରତ କରିବା ଲକ୍ଷ ନେଇ ଆଜି ଏକ ସ୍ୱଚ୍ଛତା ସଚେତନତା ପଦଯାତ୍ରା କରିଥିଲେ। ଏହି ପଦଯାତ୍ରା ଟି ପ୍ରସିଷ୍ଠାନ ର ନିର୍ଦେଶକ ଫାତୁ କିସ୍କ ଓ ସୁନ୍ଦରଗଡ ପ୍ରଶିକ୍ଷଣ ସଂଯୋଜକ ପ୍ରଭାତ ରଞ୍ଜନ ପ୍ରଧାନ ଙ୍କ ପ୍ରତେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିବ ବେଳେ ମୁଖ୍ୟ ଅତିଥି ଭାବରେ ପ୍ରତିଷ୍ଠାନ ର ଓଡ଼ିଶା ରାଜ୍ୟ ନିର୍ଦେଶକ ଭାସ୍କର ଚନ୍ଦ୍ର ଖଣ୍ଡା ଯୋଗଦେଇଥିଲେ। ଏହି ପଦଯାତ୍ରା ରେ ଅନୁଷ୍ଠାନ ରେ ତାଲିମ ନେଉଥିବା ୨୪ ଜଣ ମହିଳା ଙ୍କ ସମେତ କାର୍ଯ୍ୟରତ କର୍ମଚାରୀ ମାନେ ମଧ୍ୟ ଯୋଗଦେଇଥିଲେ।
Comments are closed.