ମାଆ ପୁଅ ଏକା ସାଙ୍ଗରେ କଲେ ଆତ୍ମହତ୍ୟା

ଖଡ଼ିଆଳ : ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅଧୀନ ବାଦୀ ଗାଁରେ ଏକ ଅଘଟଣ ଘଟିଛି। ଗାଁ କେନାଲ ପାଖ ଏକ ଆମ୍ବ ଗଛରେ ମା’ ଓ ପୁଅ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୋମବାର ଜଣାପଡ଼ିଛି। ଏହି ପରିବାର ଖଡ଼ିଆଳ ନିବାସୀ ହୋଇଥିବା ବେଳେ ଦୀର୍ଘ ବର୍ଷ ହେଲା ବାଦୀ ଗ୍ରାମରେ ଘର କରି ରହୁଥିଲେ।

ପ୍ରାଥମିକ ସୂତରୁ ଜଣାଯାଉଛି ଯେ, ମୃତକମାନେ ହେଲେ ସ୍ବର୍ଗତ ହରି ସିଂ ଖମାରୀଙ୍କ ସ୍ତ୍ରୀ ଗାୟତ୍ରୀ(୬୦) ଓ ପୁଅ ଆଶିଷ(୩୦)। ପାରିପାର୍ଶିକ ପରିସ୍ଥିତିରୁ ଜଣାଯାଇଛି ଯେ, ଉଭୟ ମା’ ଓ ପୁଅ ରବିବାର ରାତିରେ ଗ୍ରାମଠାରୁ ୩ ଶହ ମିଟର ଦୂରରେ ଥିବା ଏକ ଆମ୍ବ ଗଛରେ ପ୍ଲାଷ୍ଟିକ ରଶି ଦେଇ ଆତ୍ମହତ୍ୟା କରିଛନ୍ତି। ଦୁଇ ଜଣ ଗୋଟିଏ ଗଛରେ ଝୁଲୁଥିବା ବେଳେ ସେହିସ୍ଥାନରେ ଗୋଟିଏ ପ୍ଲାଷ୍ଟିକ ଷ୍ଟୁଲ ଓ ଛତା ପଡିଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣାସ୍ଥଳରେ ଖଡ଼ିଆଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ।

Comments are closed.