ସ୍ୱାଧୀନତା ଦିବସ ପାଇଁ ରାଜଧାନୀରେ ୧୫ ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର: ଆସନ୍ତା କାଲି ଦେଶ ପାଳିବ ୭୬ତମ ସ୍ଵାଧୀନତା ଦିବସ। ଏଥିପାଇଁ ସବୁଠି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କମିଶନରଟେ ପୋଲିସ ପକ୍ଷରୁ ପୂରା ରାଜଧାନୀକୁ ଏବେ ସ୍କାନରରେ ରଖାଯାଇଛି। ଛକ ଛକରେ ସିସିଟିଭି ଲଗାଯିବା ସହ ରାଜଧାନୀର ଅନେକ ସ୍ଥାନରେ ବ୍ୟାପକ ଫୋର୍ସ ମୃତୟନ କରାଯାଇଛି।
ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂହ। ରିପୋର୍ଟ ଅନୁସାରେ ସ୍ଵାଧୀନତା ଦିବସ ଲାଗି ରାଜଧାନୀରେ ୧୫ ପ୍ଲାଟୁନ ଫୋର୍ସ ସମେତ ୫ ଜଣ ଆଡିସନଲ ଡିସିପି, ୨0ଜଣ ଆଇ.ଆଇ.ସି ଓ ୮ ଜଣ ଏସ.ପି ପୁରା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ଏହାବାଦ ଭୁବନେଶ୍ଵରକୁ ଆସୁଥିବା ସମସ୍ତଙ୍କ ଉପରେ ନଜର ରଖାଯାଇଥିବା ଡିସିପି କହିଛନ୍ତି।
Comments are closed.