ଅମୃତ ମହୋତ୍ସବ ଅବସରରେ ଏକ ତ୍ରିରଙ୍ଗା ଶୋଭା ଯାତ୍ରା

ତରଭା (କଲ୍ୟାଣ ନାଏକ) : ଆଜି ତରଭା ବିଜେପି ତରଫରୁ 75ତମ ସ୍ବାଧୀନତା ଦିବସ ଅମୃତ ମହୋତ୍ସବ ଅବସରରେ ଏକ ତ୍ରିରଙ୍ଗା ଶୋଭା ଯାତ୍ରା ବାହାରିଥିଲା । ବିଜେପି ପୂର୍ବତନ ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ମହଲା ଓ ଜିଲ୍ଲା ଉପସଭାପତି ରାମନାରାୟଣ ବେଜଙ୍କ ନେତୃତ୍ବ ରେ ତରଭା ସ୍ଥିତ ପେଟ୍ରୋଲ ପମ୍ପ ଠାରୁ ଶୋଭାଯାତ୍ରା ବାହାରି ତରଭା ନୂଆପଡା ଦୁର୍ଗାମଣ୍ଡପ ଦେଇ ସହର ମୁଖ୍ୟ ରାସ୍ତା ଦେଇ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଫେରିଥିଲା। ବିଜେପି କର୍ମୀ ମାନେ ଶୋଭା ଯାତ୍ରା ସମୟରେ ଭାରତ ମାତା କି ଜୟଗାନ ପୂର୍ବକ ସହରେ ଲୋକଙ୍କୁ ତ୍ରିରଙ୍ଗା ବଣ୍ଟନ କରି ପ୍ରତ୍ୟେକ ଘରେ ଲଗାଇବାକୁ ଅନୁରୋଧ କରିଥିଲେ । ଏହି ଶୋଭାଯାତ୍ରାର ସୁବାଷ ସାହୁ ,ପୁରୁଷୋତ୍ତମ ମେହେର ,ପ୍ରବିର ସାହୁଙ୍କ ସମେତ ବହୁ ବିଜେପି ଯୁବ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।

Comments are closed.