ଜରୁରୀକାଳୀନ ପରିସ୍ଥିତିରେ କଂଗ୍ରେସ ବନ୍ଦ କରିଥିଲା କିଶୋର କୁମାରଙ୍କ ଗୀତକୁ……….ଜାଣନ୍ତୁ କାହିଁକି ??
ନିଜର ସ୍ୱାର୍ଥ ପାଇଁ କିଶୋର କୁମାରଙ୍କ ଗୀତକୁ ବନ୍ଦ କରିଥିବା କଂଗ୍ରେସ କଣ ପାଇଁ ତାଙ୍କ ମୃତ୍ୟୁ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି । ଶୀଘ୍ର ନ ହେଲେ ବି ଡେରିରେ ଏହାର ସତ୍ୟତା ପଦାକୁ ଆସିଛି । ଭାରତୀୟ ଜରୁରୀ କାଳୀନ ପରିସ୍ଥିତି ୧୯୭୫ ରୁ ୧୯୭୭ ମସିହାରେ ବେଳେ କିଶୋର କୁମାରଙ୍କୁ ଜାତୀୟ କଂଗ୍ରେସରେ ଗୀତ ଗାଇବା ପାଇଁ କହିଥିଲେ ସଞ୍ଜୟ ଗାନ୍ଧି । ପରନ୍ତୁ କିଶୋର ଗାଇବା ପାଇଁ ମନା କରିଦେଇଥିଲେ । ଯାହାର ଫଳ ସ୍ୱରୂପ ୧୯୭୬ ମସିହା ମଇ ୪ ତାରିଖରେ କଂଗ୍ରେସ ମନ୍ତ୍ରୀ ଭିସି ଶୁକ୍ଲା ଜରୁରୀକାଳୀନ ପରିସ୍ଥିତିିର ଚାପ ପକାଇ ଅଲ ଇଣ୍ଡିଆ ରେଡ଼ିଓ ଓ ଦୁରଦର୍ଶନରୁ କିଶୋରଙ୍କ ଗୀତକୁ ସବୁଦିନ ପାଇଁ ବନ୍ଦ କରିଦେଲେ । ଏବେ କିଶୋରଙ୍କ ମୃତ ଦିବସରେ କଂଗ୍ରେସ ଟ୍ୱୁିଟର ମାଧ୍ୟମରେ ଜଣାଇଥିବା ଶ୍ରଦ୍ଧାଞ୍ଜଳିକୁ ଟ୍ୱିଇଟରବାସୀ ନିନ୍ଦା କରିବା ସହ ପ୍ରଧାନ ମନ୍ତ୍ରୀ ମୋଦୀ ମଧ୍ୟ ଏ ବିଷୟରେ ନିନ୍ଦା କରିଛନ୍ତି ।
Comments are closed.