ଏଥର ଦଶହରାରେ ଗହଳ ଚହଳ ହେବ କଟକ

କଟକ : ଏଥର ଗହଳ ଚହଳ ହେବ କଟକ ।  କରୋନା ମହାମାରୀ ଯୋଗୁ କଟକରେ ଗତ ୨ ବର୍ଷ ଧରି ନିରାଡମ୍ବର ଭାବେ ଦୁର୍ଗାପୂଜା ପାଳିତ ହୋଇଥିଲା। ହେଲେ ଚଳିତବର୍ଷ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମା’ଙ୍କର ଚାନ୍ଦିମେଢ, ସୁନା ମୁକୁଟ ଓ ତୋରଣ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ଲୋକମାନେ କଟକ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଅମରନାଥ ଗୁମ୍ଫା ଆକୃତିର ତୋରଣ ନିର୍ମାଣ ପାଇଁ ଖାନ୍‌ନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ନିଷ୍ପତ୍ତି ନେଇଛି। ଏଠାରେ କୃତ୍ରିମ ଜଳପ୍ରପାତ ସହ ବରଫରେ ଏକ ଶିବଲିଙ୍ଗ ତିଆରି କରାଯିବ। ସେହିପରି ଏହି ଗୁମ୍ଫା ଉପରେ ଏକ ନକଲି ହେଲିକପ୍ଟର ପ୍ରସ୍ତୁତ କରାଯିବା ସହ ଯବାନ ପୋଷାକରେ ଲୋକଙ୍କୁ ମୁତୟନ କରାଯିବ। ତେବେ ଏହି କାର୍ଯ୍ୟ ପାଇଁ ପ୍ରାୟ ୩ରୁ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ଗତ ବୁଧବାରଠାରୁ ତୋରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗ ନଦିଆରୁ ସ୍ବତନ୍ତ୍ର କାରିଗର ଏହି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସହରର ପ୍ରବେଶ ପଥରେ ପ୍ରଥମେ ଏହି ପୂଜା ମଣ୍ଡପ ପଡୁଥିବାରୁ ଲୋକମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଏଭଳି କାର୍ଯ୍ୟ କରାଯାଉଥିବା ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ

Comments are closed.