ରକ୍ଷା ବନ୍ଧନ ପାଇଁ ମହିଳାଙ୍କୁ ମାଗଣା ବସ ସେବା

ଚଣ୍ଡିଗଡ: ଆଜି ରକ୍ଷା ବନ୍ଧନ ରକ୍ଷାବନ୍ଧନ। ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଭାଇର ଶୁଭ କାମନା କରୁଛି।  ଆଜି ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ବସ୍‌ ସେବା ଘୋଷଣା କରିଛନ୍ତି ହରିଣାୟା ସରକାର ।

ଅଗଷ୍ଟ ୧୦ ମଧ୍ୟାହ୍ନ ୧୨ଟାରୁ ଅଗଷ୍ଟ ୧୧ ମଧ୍ୟରାତ୍ର ୧୨ଟା ପର୍ଯ୍ୟନ୍ତ ମହିଳାଙ୍କୁ ରାଜ୍ୟ ବ୍ୟାପୀ ସରକାରୀ ବସ୍‌ରେ ମାଗଣା ବସ୍‌ ସେବା ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଟୁଇଟ୍ କରିଛନ୍ତି ଯେ ରକ୍ଷାବନ୍ଧନରେ ମହିଳାଙ୍କୁ ଉପହାର ସ୍ବରୂପ ରାଜ୍ୟ ସରକାର ମାଗଣା ବସ୍‌ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଅତୀତରେ ମଧ୍ୟ ରାଜ୍ୟ ସରକାର ଏହି ସୁବିଧା ଯୋଗାଇ ଦେଇଥିଲେ ।

Comments are closed.