ଖାଉଟିଙ୍କା ଚିନ୍ତା, ହୁ ହୁ ହୋଇ ବାଢୁଛି ଡ଼ାଲି ଦର
ନୂଆଦିଲ୍ଲୀ : ମୌସୁମୀ ବର୍ଷା ଓ ଆମଦାନୀର ହ୍ରାସ ଯୋଗୁ ବିଭିନ୍ନ ବର୍ଗର ଡାଲିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଖାଇବା ତେଲ ପରେ ବର୍ତ୍ତମାନ ଡାଲି ଦର ଆକାଶଛୁଆଁ ରହିବା ଉଭୟ ସରକାର ଓ ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି। ଗତ ୬ ସପ୍ତାହ ମଧ୍ୟରେ ହରଡ଼ ଡାଲି ଏବଂ ବିରି ଡାଲିର ଦାମ ୧୫% ରୁ ଊର୍ଦ୍ଧ୍ୱ ବୃଦ୍ଧି ଘଟିଛି। ଏହାର ସବୁଠାରୁ ବଡ଼ କାରଣ ହେଉଛି ଉକ୍ତ ଫସଲ ଉତ୍ପାଦନ ଅଞ୍ଚଳରେ ଅଧିକ ଜଳ ପ୍ରବାହ ହେତୁ ଫସଲ କ୍ଷତିର ଆଶଙ୍କା ସାଙ୍ଗକୁ ଖରିଫ୍ ଋତୁରେ କମ୍ ମହଜୁଦ ଯୋଗୁ ଏଭଳି ହେଉଥିବା କୁହାଯାଇଛି।
ବିଶେଷକରି ମହାରାଷ୍ଟ୍ରର ଲାଟୁରରେ ଭଲ ଗୁଣବତ୍ତାର ହରଡ଼ ଡାଲିର ଏକ୍ସ-ମିଲ୍ ଦାମ୍ ଗତ ୬ ସପ୍ତାହ ପୂର୍ବରୁ ପାଖାପାଖି ୯୭ ଟଙ୍କା ରହିଥିଲା। ହେଲେ ବର୍ତ୍ତମାନ ଏହାର ମୂଲ୍ୟ କିଲୋଗ୍ରାମ୍ ପିଛା ୧୧୫ ଟଙ୍କାରେ ବିକ୍ରି ହେଉଛି। ସେହିପରି କୃଷି ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ତାଜା ସୂଚନା ଅନୁସାରେ ହରଡ଼ ଡାଲିର ଦାମ୍ ଗୋଟିଏ ବର୍ଷ ପୂର୍ବରୁ ୪.୬% ଏବଂ ବିରି ଡାଲି ୨% କମ୍ ରହିଥିଲା। ପ୍ରମୁଖ ଡାଲି ଜାତୀୟ ଶସ୍ୟ ଉତ୍ପାଦିତ ଅଞ୍ଚଳରେ ଜଳ ପ୍ରବାହ ହେତୁ ଫସଲ କ୍ଷତି ହେବା ଆଶଙ୍କା କରି ଦାମ୍ ବୃଦ୍ଧି କରାଯାଉଥିବା କୁହାଯାଉଛି।
Comments are closed.