ଅଗଷ୍ଟ ୯, ବିଶ୍ୱ ଜନଜାତି ଦିବସ

ଭୁବନେଶ୍ୱର : ବିଶ୍ୱର ୯୦ଟି  ଦେଶରେ ୪୭୬  ନିୟୁତ ଆଦିବାସୀ  ବାସ କରୁଥିବାର ଆକଳନ କରାଯାଇଛି । ସେମାନଙ୍କ ସଂଖ୍ୟା ବିଶ୍ୱ ଜନସଂଖ୍ୟାର ୫ ପ୍ରତିଶତରୁ କମ, କିନ୍ତୁ ସବୁଠୁ ଗରିବଙ୍କ ମଧ୍ୟରେ ସେମାନେ ୧୫ ପ୍ରତିଶତ । ସେମାନେ ବିଶ୍ୱର ଆନୁମାନିକ ସର୍ବାଧିକ ୭ ହଜାର ଭାଷା ବ୍ୟବହାର କରନ୍ତି  ଏବଂ ୫ ହଜାର ଭିନ୍ନ ଭିନ୍ନ ସଂସ୍କୃତିକୁ ପ୍ରତିନିଧିତ୍ୱ କରନ୍ତି । ଆଦିମ ଅଧିବାସୀ ବା ଆଦିବାସୀ ଲୋକମାନେ ଅନନ୍ୟ ସଂସ୍କୃତିର ଉତ୍ତରାଧିକାରୀ ଏବଂ ଲୋକଙ୍କ ସହ  ଓ ପରିବେଶ ସହ ସମ୍ପର୍କ ସ୍ଥାପନର ମାଧ୍ୟମ । ସ୍ୱାସ୍ଥ୍ୟ ଓ  କଲ୍ୟାଣ ସମ୍ପର୍କରେ ଅନୁସୂଚିତ   ଜାତି ଓ ଜନଜାତି ଲୋକଙ୍କ ଧାରଣା ଅଧିକ ପବିତ୍ର । ସ୍ୱାସ୍ଥ୍ୟକୁ ସୋମାନେ ଉଭୟ  ବ୍ୟକ୍ତିଗତ ଓ  ସାମଗ୍ରୀକ ଅଧିକାର ଭାବେ ଦେଖନ୍ତି । ଜନଜାତି ଲୋକଙ୍କ ଅଧିକାର  ଉପରେ ଜାତିସଂଘ ଅଧିନିୟମ -୨୪ ସେମାନଙ୍କର ପାରମ୍ପାରିକ ଔଷଧ ,ସେମାନଙ୍କ ସ୍ୱାସ୍ଥ୍ୟ ଅଭ୍ୟାସ ବଜାୟ ରଖିବା ଏବଂ କୌଣସି ଭେଦଭାବ ବିନା ସାମାଜିକ  ଓ ସ୍ୱାସ୍ଥ୍ୟ ସେବା ପ୍ରତି ସେମାନଙ୍କ ପହଞ୍ଚକୁ ସ୍ୱୀକୃତି ଦେଇଛି ।

ଜନଜାତି ଲୋକଙ୍କ ଜନସଂଖ୍ୟା ଓ ସେମାନଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତା ପ୍ରତି ସଚେତନତା ସୃଷ୍ଟି ଲାଗି ପ୍ରତି ବର୍ଷ ଅଗଷ୍ଟ ୯ ତାରିଖକୁ ବିଶ୍ୱ ଜନଜାତି ଦିବସ ରୂପେ ପାଳନ କରାଯାଉଛି । ୧୯୮୨ ମସିହାରେ ଜେନେଭାଠାରେ ଆୟୋଜିତ ଜନଜାତି ଜନସଂଖ୍ୟା ସମ୍ପର୍କିତ ଜାତିସଂଘ କାର୍ଯ୍ୟକାରିଣୀ ସମୂହ ବୈଠକରେ ଏହି  ଦିବସକୁ ସ୍ୱୀକୃତି ପ୍ରଦାନ କରଯାଇଥିଲା । ଚଳିତ ବର୍ଷ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ବ୍ୟାପାର ବିଭାଗ ଏ ଅବସରରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ଅୟୋଜନ କରିଛି ଏବଂ ଏ ବର୍ଷର ବିଷୟ ‘ପାରମ୍ପାରିକ ଜ୍ଞାନର ସମରକ୍ଷଣ ଓ ପ୍ରସାରରେ ଜନଜାତି ମହିଳାଙ୍କ ଭୂମିକା ଉପରେ ଏହା ଫୋକସ କରୁଛି ।

Comments are closed.