ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ଝିଅଙ୍କ ବାଜିମାତ

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସିଏଚଏସଇ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ପରୀକ୍ଷା ଫଳ ପ୍ରକାଶ କରିଛନ୍ତି । ଏବର୍ଷ କଳାରେ ୨ଲକ୍ଷ ୧୩ହଜାର ୪୦୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୧ଲକ୍ଷ ୭୧ହଜାର ୨୮୮ପରୀକ୍ଷାର୍ଥୀ। ପାସ୍ ହାର ରହିଛି ୮୨.୧୦ପ୍ରତିଶତ । ଚଳିତ ବର୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରେ ପୁଅମାନଙ୍କ ସଂଖ୍ୟା ୯୦ହଜାର ୨୦୭ ଥିବାବେଳେ, ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୬୭ହଜାର ୭୨୮ । ପୁଅ ମାନଙ୍କ ପାସ୍ ହାର ୭୫.୦୮% ରହିଛି  ।

ସେହିପରି ଚଳିତ ବର୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଝିଅମାନଙ୍କ ସଂଖ୍ୟା ୧ଲକ୍ଷ ୧୮ହଜାର ୪୨୪ଥିବାବେଳେ ପାସ୍ କରିଛନ୍ତି ୧ଲକ୍ଷ ୩ହଜାର ୫୬୦ଜଣ ଓ ୮୭.୪୫% ପାସ୍ ହାର ରହିଛି । ଛାତ୍ରଛାତ୍ରୀମାନେ ଅପରାହ୍ନ ୫ଟାରୁ  www.odisharesults.nic.in ୱେବସାଇଟରେ ରୋଲ ନମ୍ବର ଆଧାରରେ ପରୀକ୍ଷା ଫଳ ଦେଖିପାରିବେ ।

Comments are closed.