ଶାଶୁ ଘରେ ମିଳିଲା ବୋହୂର ରକ୍ତାତ ମୃତ ଦେହ,କାରଣ ଅସ୍ପଷ୍ଟ

କେନ୍ଦ୍ରାପଡା(ପ୍ରଫୁଲ୍ଲ କୁମାର ମଲ୍ଲ) : କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ପଂଚାୟତ ଅନ୍ତପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ l ଚାନ୍ଦୋଳ ଅନ୍ତପୁର ଗ୍ରାମର ଶଙ୍କର ମଲ୍ଲିକ ଓ ତାଙ୍କ ପରିବାର ଲୋକେ ମିଶି ଶଙ୍କର ଙ୍କ ପତ୍ନୀ ସସ୍ମିତା ମଲ୍ଲିକଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସସ୍ମିତା ଙ୍କ ପରିବାର ଲୋକେ l ସୂଚନା ରୁ ଜଣା ପଡିଛି ପୁଅର ବାପା ରବୀନ୍ଦ୍ର ମଲିକ ଝିଅର ବାପା ଖଗେଶ୍ୱର ମଲିକ ଙ୍କୁ ଗତକାଲି ସକାଳେ ଝିଅର ଦେହ ଖରାପ ଥିବା ଖବର ଦେଇଥିଲେ l ଝିଅ ସସ୍ମିତା ଦେହ ଖରାପ ଅଛି ବୋଲି ଜାଣିବା ପରେ ଝିଅ ର ବାପା ଘର ଲୋକେ ଝିଅର ଶାଶୁ ଘରେ ପହଞ୍ଚି ଥିଲେ l ଝିଅ ସସ୍ମିତା ବିଛଣା ରେ ପଡି ରହିଥିବା ଦେଖିବା ପରେ ଝିଅ ପାଖକୁ ଯାଇ ଦେଖିଲେ ଝିଅ ର ମୃତ୍ୟୁ ଘଟିଛି l ସସ୍ମିତା ଙ୍କ ପଛ ପଟ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଥିବା ସହ ମୁଣ୍ଡ ପଛପଟେ ରେ ଧାରୁଆ ଅସ୍ତ୍ର ରେ ହଣା ହୋଇଥିବା କ୍ଷତ ମଧ୍ୟ ହୋଇଛି l ତେବେ ଜ୍ୱାଇଁ ଶଙ୍କର ମଲ୍ଲିକ ଙ୍କ ସମେତ ପରିବାର ଲୋକେ ମିଶି ଝିଅ ସସ୍ମିତା ଙ୍କୁ ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି l ଏନେଇ ଚାନ୍ଦୋଳ ଫାଣ୍ଡି ରେ ସସ୍ମିତା ଙ୍କ ପରିବାର ଲୋକଙ୍କ ତରଫରୁ ଲିଖିତ ଅଭିଯୋଗ ହୋଇଛି l ଅଭିଯୋଗ ପରେ ଘଟଣା ସ୍ଥଳରେ ଚାନ୍ଦୋଳ ଫାଣ୍ଡି ପୋଲିସ ସମେତ ସଦର ଥାନା ପୋଲିସ କେନ୍ଦ୍ରାପଡ଼ା sdpo ରାଜୀବ ଲୋଚନ ପଣ୍ଡା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ତେବେ ଘଟଣା ସ୍ଥଳରୁ ଶଶୁର ରବୀନ୍ଦ୍ର ମଲ୍ଲିକ, ସ୍ୱାମୀ ଶଙ୍କର ମଲ୍ଲିକ, ଓ ସାସୁ ଅନିତା ମଲ୍ଲିକ ଫେରାର ଥିବା ବେଳେ ବଡ଼ ଦେଢଶୁର ଶିବ ମଲିକ ଓ ଜା ସିଲା ମଲିକ ଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି l

Comments are closed.