ହରନାଜ୍ କୌର ସନ୍ଧୁଙ୍କ ନାମରେ ଥାନାରେ ମାମଲା
ଚଣ୍ଡିଗଡ଼ : ମିସ୍ ୟୁନିଭର୍ସ ହରନାଜ୍ କୌର ସନ୍ଧୁଙ୍କ ନାମରେ ଥାନାରେ ମାମଲା। ଦି କପିଲ ଶର୍ମା ଶୋ’ରେ ‘ବୁଆ’ ଭୂମିକାରେ ଅଭିନୟ କରୁଥିବା ଉପସାନା ସିଂହ ଚଣ୍ଡିଗଡ଼ର ଏକ ସ୍ଥାନୀୟ କୋର୍ଟରେ ହରନାଜଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ଉପସାନା ସିଂହ ହରନାଜ୍ ସନ୍ଧୁଙ୍କ ଉପରେ ତାଙ୍କ ପ୍ରଡକ୍ସନର ଫିଲ୍ମକୁ ନେଇ ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି। ଚୁକ୍ତିନାମା ଉଲ୍ଲଂଘନ ଅଭିଯୋଗରେ ହରନାଜଙ୍କୁ ମଧ୍ୟ କ୍ଷତିପୂରଣ ମଗାଯାଇଛି। ଗୁରୁବାର ଦିନ ଉପାସନା ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ସିଭିଲ ମକଦ୍ଦମା ଦାଏର କରିଛନ୍ତି। ହରନାଜଙ୍କ କାରଣରୁ ସେ ବହୁତ କ୍ଷତି ସହିଛନ୍ତି ବୋଲି ଉପାସନା କହିଛନ୍ତି। ଉପାସନା ସିଂ ପଞ୍ଜାବ ଫିଲ୍ମରେ କାମ କରିବା ସହିତ ପଞ୍ଜାବୀ ଫିଲ୍ମ ମଧ୍ୟ ପ୍ରଡ୍ୟୁସ କରନ୍ତି।
ଉପସାନା ଫିଲ୍ମ ‘ବାଇ ଜୀ କୁଟାଙ୍ଗେ’ ନିର୍ମାଣ କରୁଥିଲେ। ଏଥିରେ ହରନାଜ ମୂଖ୍ୟ ଭୂମିକାରେ ଥିଲେ। ଯେଉଁଥିରେ ପୂର୍ବରୁ ସେ କାମ କରିବା ପାଇଁ ହଁ କରିଥିଲେ। ଏହାପରେ ଫିଲ୍ମ ନିର୍ମାଣ ପରେ ପ୍ରମୋସନ ପାଇଁ କେବେ ବି ଆସିଲେନି ହରନାଜ। ତା’ ପରେ ଫୋନ ଉଠାଇବା ବନ୍ଦ କରିଦେଇଥିଲେ ହରନାଜ। ତାଙ୍କ ପାଖରେ ହରନାଜ ବିରୋଧରେ ପ୍ରମାଣ ରହିଛି। ଏବେ କୋର୍ଟ ଦ୍ୱାରା ତାଙ୍କୁ ସମନ କରାଯିବ।
ସେ ଆହୁରି କହିଛନ୍ତି, ‘ମୁଁ ତାଙ୍କୁ ସେହି ସମୟରେ ସୁଯୋଗ ଦେଇଥିଲି ଯେତେବେଳେ ସେ ମିସ୍ ୟୁନିଭର୍ସ ନଥିଲେ । ଏହା ଏକ ଛୋଟ ବଜେଟ୍ ଫିଲ୍ମ ନୁହେଁ। ଏଥିପାଇଁ ବିପୁଳ ଟଙ୍କା ଖର୍ଚ୍ଚ ହୋଇଛି। ମେ ୨୭ ରେ ଏହି ଫିଲ୍ମ ରିଲିଜ ହେବାର ଥିଲା କିନ୍ତୁ ହରନାଜଙ୍କ ଅନୁପସ୍ଥିତି ଯୋଗୁଁ ଏହାର ରିଲିଜକୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପଡିଲା।
୨୦୨୦ରେ ହରନାଜ ଫେମିନା ମିସ୍ ଇଣ୍ଡିଆ ପଞ୍ଜାବ ଟାଇଟଲ ଜିତିଥିଲେ। ଏହି ସମୟରେ ସନ୍ତୋଷ ଏଣ୍ଟରଟେନମେଣ୍ଟ ଷ୍ଟୁଡିଓ ଏଲଏଲପି ସହିତ ଆର୍ଟିଷ୍ଟ ଏଗ୍ରିମେଣ୍ଟ ସାଇନ୍ କରିଥିଲେ। ଏହି ଷ୍ଟୁଡିଓ ଉପାସନା ସିଂ ଚଲାନ୍ତି। କିନ୍ତୁ ହରନାଜ ମିସ୍ ଇଣ୍ଡିଆ ହେବା ପରେ ଚୁକ୍ତି ଭଙ୍ଗ କରିଥିଲେ। ନିଜକୁ ଫିଲ୍ମ କାଷ୍ଟ ଏବଂ କ୍ରୁ ଠାରୁ ଅଲଗା କରିନେଇଥିଲେ।
Comments are closed.