ରାସ୍ତାରେ ବୁଡିଲା ମୋ ବସ

ଖୋର୍ଦ୍ଧା : ସକ୍ରିୟ ଥିବା ମୌସୁମୀ ପ୍ରଭାବରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେଭଳି କିଛି ଦୃଶ୍ୟ ଜଟଣୀରେ ଦେଖିବାକୁ ମିଳିଛି। ବର୍ଷା ଯୋଗୁ ଜଟଣୀ ରାସ୍ତାରେ ୭ରୁ ୮ ଫୁଟ ପାଣି ଜମି ରହିଥିଲା। ଖୋର୍ଦ୍ଧାରୁ ଜଟଣୀ ଦେଇ ଏକ ‘ମୋ ବସ୍‌’ ସୁନ୍ଦରପଦା ଯାଉଥିବା ବେଳେ ପାଣିରେ ବୁଡ଼ି ଯାଇଥିଲା। ଜଟଣୀ ରେଳ ଓଭରବ୍ରିଜ୍‌ ତଳେ ଗାଡ଼ିଟି ଫସି ଯାଇଥିଲା।

ବସ୍‌ରେ ୨୦ରୁ ୨୫ ଜଣ ଯାତ୍ରୀ ଥିବା ବେଳେ ସେମାନେ ପହଁରି ଜୀବନ ବଞ୍ଚାଇଥିଲେ। ସେଭଳି କିଛି ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଏଣୁ ସେମାନେ ଅଳ୍ପକେ ରକ୍ଷା ପାଇଥିବା ଜଣାପଡ଼ିଛି।

Comments are closed.