ପିଅନ୍ତି କି କଞ୍ଚା କ୍ଷୀର ?

ଆପଣ ଜାଣିଛନ୍ତି କି କ୍ଷୀର ପିଇବାର ସଠିକ ତରିକା
ପ୍ରକୃତରେ କଞ୍ଚା କ୍ଷୀର ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ଆମେରିକା ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସୀ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ କଞ୍ଚା କ୍ଷୀରରେ ଅନେକ କ୍ଷତିକାରକ ବ୍ୟାକ୍ଟେରିଆ ରହିପାରେ ।

କଞ୍ଚା କ୍ଷୀର ପିଇବା ଦ୍ୱାରା ଫୁଡ୍‌ ପଏଯନିଙ୍ଗଗ ସମସ୍ୟା ଦେଖାଦେଇପାରେ ।

କଞ୍ଚା କ୍ଷୀରରେ ଥିବା ବ୍ୟାକ୍ଟେରିଆ ଆମ ଶରୀରକୁ କ୍ଷତି ପହଞ୍ଚାଇପାରେ । ଯାହାଦ୍ୱାରା ଡାଇରିଆ, ଗଣ୍ଠିବାତ ଏବଂ ଡିହାଇଡ୍‌ରେସନ ଭଳି ସମସ୍ୟା ସୃଷ୍ଟି ହୁଏ ।

ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଏସିଡ୍‌ ସ୍ତର ମଧ୍ୟ ବଢି ଯାଇଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଏଣୁ ଆପଣ ସର୍ବଦା ସିଝାଇ ପିଅନ୍ତୁ ଯାହା ସ୍ୱାସ୍ଥ୍ୟ ପକ୍ଷେ ହିତକର ସାବ୍ୟସ୍ତ ହେବ ।

Comments are closed.