ମୁକ୍ତିକାନ୍ତଙ୍କୁ ସାହାଯ୍ୟ ପାଇଁ ଟ୍ୱିଟ କଲେ ରାହୁଲ ଗାନ୍ଧୀ
୨୦୧୫ ମସିହା ଅପ୍ରେଲ ମାସରେ ରାଉରକେଲା ଆସି ସେଠାରେ ଥିବା ଆର.ଜି.ଏଚ୍କୁ ସୁପର ସ୍ପେସାଲିଟି ହସ୍ପିଟାଲ ଓ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ବ୍ରିଜ ନିର୍ମାଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରନ୍ତୁ ଏତେ ଦିନ ବିତିଯାଇଥିଲେ ବି ସେହି କାର୍ଯ୍ୟରୁ କେବଳ ବ୍ରାହ୍ମଣୀ ବ୍ରିଜର କାମ ଆରମ୍ଭ ହୋଇଛି । ହେଲେ ତାହାବି ନାଁ କୁ ମାତ୍ର । ମୋଦିଙ୍କୁ ଏବିଷୟରେ ମନେ ପକେଇଦେବା ପାଇଁ ରାଉରକେଲା ନିବାସୀ ମୁକ୍ତିକାନ୍ତ ବିଶ୍ୱାଳ ଆରମ୍ଭ କରିଥିଲେ ରାଉରକେଲାରୁ ଦିଲ୍ଲୀକୁ ପଦଯାତ୍ରା । ଚାଲି ଚାଲି ଆଗ୍ରା ନିକଟରେ ବେହୋସ ହୋଇ ପଡିଥିଲେ ସେ । ଏନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦିଙ୍କୁ ଟ୍ୱିଇଟରରେ ସମାଲୋଚନା କରିବା ସହ ଏକ ପେଜ୍ ଖୋଲିଛନ୍ତି ଯେଉଁଥିରେ ଲୋକମାନେ ନିଜସ୍ୱ ଇଛାରେ ଟଙ୍କା ଦେଇ ମୁକ୍ତିକାନ୍ତକୁ ସାହାଯ୍ୟ କରିପାରିବେ ।
Comments are closed.