ମା ବିମଳାଙ୍କ ମନ୍ଦିରରେ ଚୋରି କଲେ ଦୁର୍ବୁତ୍ତ
ପୁରୀ ଗୋବର୍ଦ୍ଧନ ପୀଠରେ ଥିବା ମା ବିମଳାଙ୍କ ମନ୍ଦିରରେ ଗତକାଲି ରାତିରେ କିଛି ଦୁର୍ବୁତ ପଶି ଚୋରୀ କରିଛନ୍ତି । ମନ୍ଦିରରେ ଥିବା ହୁଣ୍ଡିବାକ୍ସକୁ ଭାଙ୍ଗି ଟଙ୍କା ପଇସା ସହିତ ଦାନରେ ଦିଆଯାଇଥିବା ସମସ୍ତ ଅଳଙ୍କାରକୁ ଲୁଟି ନେଇଛନ୍ତି ସେମାନେ । ଆଜି ଘଟଣା ସ୍ଥଳରେ ପୁରୀ ଏସ୍ ପି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି । ଏବେ ପ୍ରଶ୍ନର ବିଷୟ ଏହିକି ଯେ, ମନ୍ଦିରରେ ୪ ଜଣ ପୋଲିସ ଓ ମଠର ନିଜସ୍ୱ ସିକ୍ୟୁରିଟି ଥାଉ ଥାଉ କିପରି ଏଭଳି ଘଟଣା ଘଟିଛି ?
Comments are closed.