ଦିଲ୍ଲୀ ଯାଇ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବେ ଦଶପଲ୍ଲା ବିଧାୟକ
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଓଡ଼ିଶା ବିଧାନ ସଭା ପକ୍ଷରୁ ଅଭିନନ୍ଦନ ଜଣାଇବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଙ୍କ ନେତୃତ୍ୱରେ ୨୬ ଜଣ ବିଧାୟକ ଦିଲ୍ଲୀ ଗ୍ରସ୍ତରେ ଯିବେ । ଏହି ୨୬ ଜଣ ବିଧାୟକ ଙ୍କ ମଧ୍ୟରେ ନୟାଗଡ ଜିଲ୍ଲା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନାମ ରହିଛି । ୨ ତାରିଖ ମଙ୍ଗଳବାର ଦିନ ଦିଲ୍ଲୀ ରେ ପହଞ୍ଚି ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଅଭିନନ୍ଦନ ଜଣାଇ ୪ ତାରିଖରେ ଭୁବନେଶ୍ଵର ଫେରିଆସିବାର କାର୍ଯ୍ୟକ୍ରମ ରହିଛି।ତେବେ ୨୬ ଜଣ ବିଧାୟକ ଙ୍କ ମଧ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନାମ ରହିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ଦଶପଲ୍ଲା ବିଧାୟକ। ଦିନକୁ ଦିନ ଦଶପଲ୍ଲା ବିଧାୟକ ଙ୍କ ଲୋକପ୍ରିୟତା ବଢୁଥିବା ବେଳେ ବିଧାନସଭାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ପ୍ରଶ୍ନ କରି ଜନ ସାଧାରଣରେ ପ୍ରଶଂସିତ ହେଉଛନ୍ତି ଦଶପଲ୍ଲା ବିଧାୟକ।
Comments are closed.