ମିଡ଼ିଆକୁ ଅପିଲ କଲେ ଅପରାଜିତା ମହାନ୍ତି

ଭୁବନେଶ୍ୱର:  ବାବୁସାନ-ପ୍ରକୃତି-ତୃପ୍ତି ବିବାଦକୁ ନେଇ ଏବେ ମିଡିଆରେ ଜୋରଦାର ଚର୍ଚ୍ଚା । ଗତ କିଛି ଦିନ ହେଲା ଟିଭି ଖୋଲିଲେ କି ଖବରକାଗଜ ଓଲଟାଇଲେ କେବଳ ସେହି ଖବର । ଏହି ଖବର ସଂଗ୍ରହ ପାଇଁ  ମିଡିଆ ବନ୍ଧୁମାନେ ବାବୁସାନଙ୍କ ଘର ଆଗରେ ଅଧିଆ ପଡ଼ିବା ଭଳି ରହିଛନ୍ତି । ବାବୁସାନ କ’ଣ କଲେ, କ’ଣ ପିନ୍ଧିଲେ, ତାଙ୍କ ବଡିଗାର୍ଡ କ’ଣ ଖାଆନ୍ତି ଇତ୍ୟାଦି ଇତ୍ୟାଦି ଖବର ପାଇଁ ଦିନ ରାତି ସେଠାରେ କ୍ୟାମେରା ଓ ବୁମ ଧରି ରହିଛନ୍ତି । ତେବେ ଏହା ଭିତରେ ବାବୁସାନଙ୍କ ମା’ ତଥା ଅପରାଜିତା ମହାନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅପିଲ କରିଛନ୍ତିି ।

ସେ କହିଛନ୍ତି ଯେ ଉତ୍ତମ ବାବୁ ଓ ମୋ ଭିଣୋଇଙ୍କ ଦେହ ଭଲ ନାହିଁ । ଦୟା କରି ଗହଳି କରନ୍ତୁ ନାହିଁ । ଗହଳି ଏଡ଼ାନ୍ତୁ ।  ଯେକୌଣସି ସମୟରେ ଆମ୍ବୁଲାନ୍ସ ଆମ ଘରକୁ ଆସିପାରେ ।  ମିଡିଆ ବନ୍ଧୁମାନଙ୍କ ଗହଳି ଯୋଗୁଁ ଲୋକଙ୍କ ଯିବା ଆସିବା ଅସୁବିଧା ହେଉଛି ।  ମିଡିଆ ଆମକୁ ଅନେକ ସାହାଯ୍ୟ କରିଛି । ସେଥିପାଇଁ ଧନ୍ୟବାଦ । ତେବେ ଘର ଆଗରୁ ଗହଳି ଏଡ଼ାଇବାକୁ ଅପରାଜିତା ମିଡିଆ ବନ୍ଧୁମାନଙ୍କୁ ଅପିଲ କରିଛନ୍ତି ।

ଗତକାଲି ଫ୍ୟାନଙ୍କ ସହ ଜନ୍ମଦିନ ପାଳି ଥିଲେ ବାବୁଶାନ୍। ସନ୍ଧ୍ୟାରେ ସେ ତାଙ୍କ ଘରେ ପରିବାର ସଦସ୍ୟ, ବନ୍ଧୁ ଓ ଫ୍ୟାନମାନଙ୍କ ସହ ଜନ୍ମଦିନ ପାଳନ କରିଥିଲେ । ବାବୁଶାନ ନିଜେ କେକ୍ କାଟିଥିବା ବେଳେ ତାଙ୍କୁ ସମସ୍ତେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ତାଙ୍କ ଘରେ ଫ୍ୟାନ ଓ ଗମଣାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ତାଙ୍କ ଜନ୍ମଦିନ ପାଳନ ଅବସରରେ ପତ୍ନୀ ତୃପ୍ତିଙ୍କୁ ଦେଖିବାକୁ ମିଳିନଥିଲା। ଜନ୍ମଦିନ ପାଳନରେ ଉପସ୍ଥିତ ଥିଲେ ତୃପ୍ତିଙ୍କ ବାପା ଲଳିତ ଶତପଥୀ।

Comments are closed.