ରାଜ୍ୟରେ ନିଯୁକ୍ତି ପାଇବେ ୬୮୯୧ଶିକ୍ଷକ
ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ପାଇବେ ୬୮୯୧ ଶିକ୍ଷକ । ଆସନ୍ତା ଅଗଷ୍ଟ ପହିଲାରେ କଳିଙ୍ଗ ଷ୍ଟାଡିୟମରେ ଓରିଏଣ୍ଟେସନ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମସ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବା ସହ ଉଦ୍ବୋଧନ ଦେବେ । ଶିକ୍ଷକଙ୍କ ମଧ୍ୟରେ କଳା, ବିଜ୍ଞାନ, ପିଇଟି ଓ ଅନ୍ୟାନ୍ୟ ବିଭାଗର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।
ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ରାଜ୍ୟରେ ଏବେ ୧୧ ହଜାର ୮୦୦ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ଆସନ୍ତା ୧ ତାରିଖରେ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ ।
Comments are closed.