ଅଗଷ୍ଟ ୮ରେ ଯୁକ୍ତ ୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୮ତାରିଖରେ ପ୍ରକାଶ ପାଇବ ଯୁକ୍ତ୨ କଳା ପରୀକ୍ଷାଫଳ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବୁଧବାର ସିଏଚ୍‌ଏସ୍‌ଇ ଅଫିସରେ ଆନୁଷ୍ଠାନିକ ଭାବେ ଘୋଷଣା ଯୁକ୍ତ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାଫଳ ଘୋଷଣା ସମୟରେ ମନ୍ତ୍ରୀ ଏହା କହିଛନ୍ତି।

ପ୍ରକାଶ ଯେ, ଗତବର୍ଷ କରୋନା ଯୋଗୁ ଯୁକ୍ତ୨ ପରୀକ୍ଷା ହୋଇ ନ ଥିଲା। ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇଥିଲା। ତେବେ ଚଳିତବର୍ଷ କରୋନା ପ୍ରକୋପ କମିଯାଇଥିବାରୁ ଅଫ୍‌ଲାଇନ ପରୀକ୍ଷା କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଯୁକ୍ତ ୨ ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିଲା। ସେହିପରି ଜୁନ୍‌ ୨ ତାରିଖଠାରୁ ମୂଲ୍ୟାୟନ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ପରି ଏଥର ମଧ୍ୟ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ଉତ୍ତର ଖାତା ଇ-ମୂଲ୍ୟାୟନ କରାଯାଇଛି। ମୂଲ୍ୟାୟନ ଲାଗି ୧୨ହଜାରରୁ ଊର୍ଦ୍ଧ୍ୱ ଅଧ୍ୟାପିକା, ଅଧ୍ୟାପକଙ୍କୁ ନିଯୁକ୍ତ କରାଯାଇଥିଲା। ମୂଲ୍ୟାୟନରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ପ୍ରତି କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ଇ-ମୂଲ୍ୟାୟନ କେନ୍ଦ୍ରରେ ଏସି ଲଗାଇବା ବାଧ୍ୟତାମୂଳକ ହୋଇଥିଲା। ଚଳିତ ବର୍ଷ ରାଜ୍ୟର ୧,୧୩୩ଟି ପରୀକ୍ଷା କେନ୍ଦ୍ରରେ ୩ଲକ୍ଷ ୨୧ହଜାର ୫୦୮ ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିଲେ।

Comments are closed.