ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ, ଆଗରେ ଝିଅ
ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆନୁଷ୍ଠାନିକ ଭାବେ ଗଣଶିକ୍ଷାମନ୍ତ୍ରୀ ରେଜଲ୍ଟ ଘୋଷଣା କରିଛନ୍ତି । ବିଜ୍ଞାନରେ ୯୪.୧୨% ଓ ବାଣିଜ୍ୟରେ ୮୯.୨୦% ପିଲା ପାସ୍ କରିଛନ୍ତି । ଚଳିତ ବର୍ଷ ୨୩ହଜାର ୭୨୬ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୨୧ହଜାର ୧୬୫ଜଣ ଓ ପାସ୍ ହାର ରହିଛି ୮୯.୨୦% । ଏଥିରୁ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୧୦ହଜାର ୮୬୩ ଜଣ, ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୫ହଜାର ୫୩ଜଣ ଓ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୫ହଜାର ୨୪୨ । ବାଳକଙ୍କ ପାସ୍ ହାର ୮୮.୩୨% ରହିଥିବାବେଳେ ବାଳିକାଙ୍କ ପାସ୍ ହାର ରହିଛି ୯୦.୭୧% । ପାସ୍ କରିଥିବା ପିଲାଙ୍କ ମଧ୍ୟରେ ୯୦%ରୁ ଅଧିକ ନମ୍ବର ରଖିଛନ୍ତି ୨୭୩ ଛାତ୍ରଛାତ୍ରୀ । ୧୩୪ ଉଚ୍ଚ ମାଧ୍ୟମିକ ସ୍କୁଲର ୧୦୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବାଣିଜ୍ୟ ପରୀକ୍ଷାଫଳରେ ବୌଦ୍ଧରେ ସର୍ବାଧିକ ୧୦୦% ପାସ୍ ଓ ଦେବଗଡରେ ସର୍ବନିମ୍ନ ୬୧.୫୩% ପାସ ରହିଛି ।
ଚଳିତ ବର୍ଷ ରାଜ୍ୟର ୧୧ଶହ ୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ ହଜାର ୭୩ ଜଣ, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ଦେଇଥିଲେ ।
Comments are closed.