ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ, କିଏ ହେଲେ ଟପ୍ପର ଜାଣନ୍ତୁ

ଭୁବନେଶ୍ୱର: ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ ।  ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପରୀକ୍ଷାଫଳ ପ୍ରକାଶ ପାଇଛି । ତେବେ କିଏ କେଉଁ ବିଷୟରେ ଟପ୍ପର ହେଲେ ଜାଣନ୍ତୁ
ଏମବିଏ- ଶ୍ରଦ୍ଧାରବିନ୍ଦ ସାମନ୍ତରାୟ
ଏମସିଏ-ଈଶାନ୍ତ କୁମାର ନାୟକ
ବି.ଫାର୍ମା- ଅରୂପ ପଣ୍ଡା
ଏମ.ଫାର୍ମା- ସଚିନ ନାୟକ
ଏମ ଆର୍କ-ସୃଷ୍ଟି ନଙ୍ଗାଲିଆ
ଏମ.ଟେକ ସିଭିଲ ଇଞ୍ଜିନିୟର- ସଞ୍ଜୀବ ପ୍ରଧାନ
ଏମ.ଟେକ ଇଲେକ୍ଟି୍ରକାଲ-ମିଥୁନ ଅଧିକାରୀ
ଏମଟେକ ମେକାନିକାଲ- ରାଜନ ମହାପାତ୍ର

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ରେଜଲ୍ଟ ପ୍ରକାଶ କରିଛନ୍ତି ।

ରାଜ୍ୟ ବୈଷୟିକ ଶିକ୍ଷା ପରିଷଦ ଅଡିଟୋରିଅମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ା   ବିଧିବଦ୍ଧ ଭାବେ ଫଳାଫଳ ପ୍ରକାଶ କରିଛନ୍ତି। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପରୀକ୍ଷାଫଳ ପ୍ରକାଶ ପାଇଛି ।  www.ojee.nic.inରେ ପରୀକ୍ଷା ଫଳ ଉପଲବ୍ଧ । ଜୁଲାଇ ୪ ତାରିଖରେ ହୋଇଥିବା ଓଜେଇଇରେ ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସର୍ବାଧିକ ଲାଟେରାଲ ଏଣ୍ଟ୍ରି ଟୁ ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ବି. ଫାର୍ମା ପାଇଁ ୧୨,୨୨୯ ଜଣ ଓ ଏମବିଏ ପାଇଁ ୧୦,୬୭୪ ଜଣ ଆବେଦନ କରିଥିଲେ ।
ରାଜ୍ୟର ୩୦ ଜିଲ୍ଲାରେ ୬୧ଟି କେନ୍ଦ୍ରରେ ହୋଇଥିଲା ପରୀକ୍ଷା। ଏହାଛଡ଼ା କୋଲକାତା, ରାଞ୍ଚି ଓ ପାଟନାରେ ଗୋଟିଏ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଥିଲା।

ଜୁଲାଇ ୪ ରୁ ୮ ତାରିଖ ଯାଏ ଦିନକୁ ୩ଟି ସିଟିଂ ରେ  ପରୀକ୍ଷା ହୋଇଥିଲା ।

Comments are closed.