ଆଇଆଇଟି କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାବର୍ଷ ଆରମ୍ଭ, ଅତିଥୀଙ୍କ ଦ୍ୱାରା ପ୍ରଥମରୁ ୫ମ ଶ୍ରେଣୀର ଉଦଘାଟନ
ଜଟଣୀ(ସଞ୍ଜୀବ କୁମାର) : ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଆଇଆଇଟି) ଭୁବନେଶ୍ୱରରେ ଆଜି କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାବର୍ଷ ଆରମ୍ଭ କରାଯାଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ୫ମ ଶ୍ରେଣୀର ଉଦଘାଟନ କରାଯାଇଛି । ବୋର୍ଡ ଅଫ ଗଭର୍ଣ୍ଣର୍ସ ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସିଂ ମୁଖ୍ୟ ଅତିଥୀଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ଆଜିଠାରୁ ୨୦୨୨-୨୩ ଶିକ୍ଷାବର୍ଷଲାଗି ଏକାଡେମିକ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ୨୦୦ସିଟ ବିଶିଷ୍ଟ ଏହି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ମଧ୍ୟରେ ୧୨୮ଜଣ ବିଦ୍ୟାର୍ଥୀ ନାମ ଲେଖାଇଛନ୍ତି । ନିକଟ ଭବିଷ୍ୟତରେ ଏହି ବିଦ୍ୟାଳୟ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାଲାଗି ପୟାସ ଜାରି ରହିଛି ବୋଲି ବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ସେଥିଲାଗି ଚଳିତ ସପ୍ତାହ ମଧ୍ୟରେ ଏହାର ନାମ ଲେଖା ଆରମ୍ଭ କରାଯିବ । ଏହି ଅବସରରେ ମୁଖ୍ୟ ଅତିଥୀ ଶ୍ରୀ ସିଂ କନ୍ଥିଲେ ଯେ, ଦିର୍ଘଦିନର ପ୍ରୟାସ ଅଂଚଳବାସୀଙ୍କ ପାଇଁ ଶୁଭ ସଂକେତ ଦେଇଛି । ସେଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅବଦାନକୁ ପ୍ରସଂଶା କରାଯାଇଛି । ଏହି ବିଦ୍ୟାଳୟ ଦେଶ,ରାଜ୍ୟ ଓ ଅଂଚଳର ଶିକ୍ଷା ଏବଂ ଜ୍ଞାନର ମନ୍ଦିର ବୋଲି କୁହାଯାଇପାରିବ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଉପସ୍ଥିତ ଅଭିଭାବକମାନଙ୍କ ଉଦ୍ୟଶ୍ୟରେ ଅଧ୍ୟକ୍ଷ କହିଥିଲେ ଯେ, ଯଦି ଆପଣଙ୍କ ଛୁଆ ଶିକ୍ଷା ଓ ଜ୍ଞାନରେ ବିକାଶ କରିଛି ତେବେ ଆପଣଙ୍କର ଜିବନର ସର୍ବୋତମ ଆୟ ଆପଣଙ୍କ ଛୁଆ ଦେଇପାରିଛିି ବୋଲି ଭାବିନେବେ । ଆଜିର ଏହି କାର୍ଯ୍ୟକ୍ରମକୁ ଡେପୁଟି କମିଶନର ଡ. ଏସ ବୋଷ ପରିଚାଳନା କରିଥିବା ବେଳେ ରେଜିଷ୍ଟାର ଦେବରାଜ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇଥିବା ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଯୋଗଦେଇଥିଲେ ।
Comments are closed.