ହାଲ୍ଫ ପ୍ୟାଂଟ ପିନ୍ଧି ଚେନ୍ନାଇରେ ବାବୁଶାନ

ଭୁବନେଶ୍ୱର : ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନେଇ ଏବେ ଓଡ଼ିଶାରେ ଜୋରଦାର ଚର୍ଚ୍ଚା  । ହେଲେ ବାବୁସାନ ଏବେ ଚେନ୍ନାଇରେ  । ଚେନ୍ନାଇରେ ପହଁଚି ବାବୁସାନ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି  ।

ପୋଷ୍ଟରେ ତାଙ୍କୁ ହାଫପ୍ୟାଂଟ ପିନ୍ଧିଥିବା ଦେଖିବାକୁ ମିଳିଛି  । ଯେଉଁଥିରେ ସେ ଲେଖିଛନ୍ତି, ଉତ୍କଳ ଆସୋସିଏସନ ଅଫ ମାଡ୍ରାସର ସମସ୍ତ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ । ଓଡ଼ିଆ ଭାଇ ଭଉଣୀଙ୍କ ସହ ଚେନ୍ନାଇରେ ଉତ୍କଳ ଦିବସ ପାଳନ କରିବେ  । ଆସନ୍ତାକାଲି ସେ ନିଜର  ଆଗାମୀ ସିନେମା ସମ୍ପର୍କରେ ଘୋଷଣା କରିବେ ବୋଲି ବାବୁସାନ କହିଛନ୍ତି  ।

ବାବୁସାନ ଓ ତାଙ୍କ ସ୍ତ୍ରୀ ତୃପ୍ତି ଅଷ୍ଟମ ଶ୍ରେଣୀରୁ ଭଲ ପାଉଥିଲେ । ଦୀର୍ଘଦିନର ଭଲ ପାଇବା ପରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ  । ଅପରାଜିତା ଓ ଉତମ ମହାନ୍ତିଙ୍କ ପୁଅ ହିରୋ ହେବାପରେ ବି ବାବୁସାନଙ୍କର ଭଲ ପାଇବା କମିନଥିଲା  । କିନ୍ତୁ ଏବେ ଥାଡର଼୍ ପର୍ସନ ପାଇଁ ତାଙ୍କର ସଂସାର ଭାଙ୍ଗିଗଲା । ଏକଥା କହିଛନ୍ତି ତୃପ୍ତିଙ୍କ ମାଆ  ।

Comments are closed.