ବନ୍ୟଜନ୍ତୁ ଶିକାରୀକୁ ଗିରଫ କଲା ବନବିଭାଗ

ତାଳଚେର(ସୁନୀଲ ପାଣି) : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଣିହାଁ ବନ ବିଭାଗ ପକ୍ଷରୁ ଫେରାର ଅଭିଯୁକ୍ତକୁ ବଇଣ୍ଡା ନାଳ ପାଖରୁ ଧରି କୋର୍ଟ ଚାଲାଣ କରାଯାଇଛି | ଅଭିଯୁକ୍ତ ଜଣଙ୍କ କଣିହାଁ ଥାନା ବଈଣ୍ଡା ଗ୍ରାମର ରଞ୍ଜିତ ପ୍ରଧାନ ବୋଲି ରେଞ୍ଜ ଅଧିକାରୀ ନୀଳମଣି ଦେହୁରୀ ସୂଚନା ଦେଇଛନ୍ତି।କଣିହାଁ ରେଞ୍ଜ ଅଧିନସ୍ଥ ସଂରିକ୍ଷିତ ଜଙ୍ଗଲରୁ କୁଟୁରା,ବାରାହା,ହାତୀ, ଆଦି ପ୍ରମୁଖ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୪ଅଭିଯୁକ୍ତଙ୍କ ନାମରେ ବନ ବିଭାଗ ପକ୍ଷରୁ ୧୫/୦୭/୨୦୨୨ରିଖ ଦିନ ଏକ ମାମଲା ରୁଜ୍ଜୁ ହୋଇଥିଲା।ସେହି ଦିନ ଠାରୁ ଅଭିଯୁକ୍ତ ମାନେ ଫେରାର ଥିଲେ।କଣିହାଁ ବନବିଭାଗ ରେଞ୍ଜର ନିଳମଣୀ ଦେହୁରୀଙ୍କ ନେତୃତ୍ୱରେ ଚଢ଼ାଉ କରି ଆଜି ଅଭିଯୁକ୍ତ ରଞ୍ଜିତ ପ୍ରଧାନକୁ ବଇଣ୍ଡା ନାଳ ପାଖରୁ ଗିରଫ କରାଯାଇଛି ।ଏବେ ବି ୩ଅଭିଯୁକ୍ତ ଫେରାର ରହିଛନ୍ତି।ଚଢ଼ାଉ ବେଳେ କଣିହାଁ ବନାଞ୍ଚଳର ଫରେଷ୍ଟର ସନ୍ତୋଷ ନାଏକ, ହରେକୃଷ୍ଣ ଦେହୁରୀ ଓ ଫରେଷ୍ଟ ଗାର୍ଡ ଜଗନ୍ନାଥ ସେଠି, ରତୁପଣ୍ଣା ବିଶ୍ୱାଳ,ପ୍ରମୋଦୀନି ଦେହୁରୀ, ପ୍ରମୁଖ ସାମିଲ ଥିଲେ।ଅନ୍ୟପକ୍ଷେ ଫେରାର ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶିଘ୍ର ଧରାଯିବ ବୋଲି କଣିହାଁ ରେଞ୍ଜ ଅଧିକାରୀ ନିଳମଣୀ ଦେହୁରୀ ସୂଚନା ଦେଇଛନ୍ତି।

Comments are closed.