ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ଦିଲ୍ଲୀର ନ୍ୟୁ ଅଶୋକ ନଗର ଅଞ୍ଚଳରେ ମଙ୍ଗଳବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ନ୍ୟୁ ଅଶୋକ ନଗରରେ ଥିବା ଏକ ୪ମହଲା ବିଶିଷ୍ଟ କୋଠାଘରେ ନିଆଁ ଲାଗିଛି। ସେଠାରେ ଅନେକ ଲୋକ ଫସିରହିଥିବା ଜଣାପଡ଼ିଛି।
ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିପଡ଼ିଛନ୍ତି। କୋଠା ବାହାରେ ଥିବା ସିଢ଼ି ଦେଇ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି।
Comments are closed.